ଟିଏମସିରେ ଯୋଗଦେଲେ ଲିଏଣ୍ଡର ପେସ୍ 

ନୂଆଦିଲ୍ଲୀ: ଭାରତୀୟ ଟେନିସ ଖେଳାଳି ଲିଏଣ୍ଡର ପେସ୍ ତୃଣମୂଳ କଂଗ୍ରେସର ସଦସ୍ୟତା ଗ୍ରହଣ କରିଛନ୍ତି। ଗୋଆରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଲିଏଣ୍ଡର ଆଜି ଟିଏମସିରେ ଯୋଗ ଦେଇଛନ୍ତି।

ସୂଚନାଯୋଗ୍ୟ, ଲିଏଣ୍ଡର  ଟେନିସ ଏକକ ବର୍ଗରେ ଦେଶ ପାଇଁ ଅଲମ୍ପିକରେ କାଂସ୍ୟ ପଦକ ଜିତିଥିଲେ। ଏଥିସହିତ ଯୁଗଳ ବର୍ଗରେ ମହେଶ ଭୂପତିଙ୍କ ସହ ମିଶି ଦେଶ ପାଇଁ ଅନେକ ସଫଳତା ହାସଲ କରିଛନ୍ତି।