ଅନୁଷ୍କାଙ୍କର ପଡ଼ୋଶୀ ହେବେ କ୍ୟାଟ୍ରିନା

ନୂଆଦିଲ୍ଲୀ: ବଲିଉଡ ଷ୍ଟାର କ୍ୟାଟ୍ରିନ କୈଫ ଓ ଭିକି କୌଶଲଙ୍କ ବିବାହକୁ ନେଇ ବଲିଉଡ ଚଳଚଞ୍ଚଳ ହୋଇଉଠିଛି। କିନ୍ତୁ ଏହି ଷ୍ଟାର କପଲ ବର୍ତ୍ତମାନ ସୁଦ୍ଧା ବିବାହ ନେଇ କୌଣସି ଘୋଷଣା କରିନାହାନ୍ତି। ବିବାହ ପରେ ଦୁହେଁ କେଉଁଠି ରହିବେ ସେନେଇ ଏବେ ଖବର ସାମ୍ନାକୁ ଆସିଛି।

ପିଙ୍କଭିଲ୍ଲା ସୂତ୍ରରୁ ଜଣାପଡ଼ିଛି କି, କ୍ୟାଟ୍ରିନା ଓ ଭିକି ୨ ମାସ ପୂର୍ବରୁ ଜୁହୁସ୍ଥିତ ଏକ ହାଇ ରାଇଜିଂ ବିଲ୍ଡିଂକୁ ଯାଇଥିଲେ। ପରେ ସେଠାକୁ ୨ଜଣ ବହୁବାର ଯାଇଥିବାବେଳେ ଡିଲ୍ ମଧ୍ୟ ଫାଇନାଲ ହୋଇଯାଇଛି। ବିବାହ ପରେ ଉଭୟ ଉକ୍ତ ଆପାର୍ଟମେଣ୍ଟକୁ ସିଫ୍ଟ ହେବେ ବୋଲି ସୂଚନା ମିଳିଛି। ଖାସ୍ କଥାଟି ହେଲା, ଗତବର୍ଷ ବିରାଟ କୋହଲୀ ଓ ଅନୁଷ୍କା ଶର୍ମା ମଧ୍ୟ ସେଠାରେ ଏକ ଘର କିଣିଛନ୍ତି। ଫଳରେ ବିବାହ ପରେ କ୍ୟାଟ୍ରିନା ଓ ଅନୁଷ୍କା ଗୋଟିଏ ବିଲ୍ଡିଂରେ ରହିବା ସହ ପଡ଼ୋଶୀ ମଧ୍ୟ ହୋଇଯିବେ।