କନ୍ନଡ ସୁପରଷ୍ଟାର ପୁନୀତ ରାଜକୁମାରଙ୍କ ପରଲୋକ

ନୂଆଦିଲ୍ଲୀ: କନ୍ନଡ ସୁପରଷ୍ଟାର ପୁନୀତ ରାଜକୁମାରଙ୍କ ପରଲୋକ। ପୁନୀତ ହୃଦଘାତର ଶିକାର ହେବା ପରେ ତାଙ୍କୁ ବାଙ୍ଗାଲୁରୁର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା।

ସୂଚନାଯୋଗ୍ୟ, ଅଭିନେତା ପୁନୀତ ରାଜକୁମାର ଭେଟେରାନ ଅଭିନେତା ରାମକୁମାରଙ୍କ ପୁଅ। ପୁନୀତ ପ୍ରଶଂସକଙ୍କ ମଧ୍ୟରେ ଅପ୍ପୁ ନାମରେ ପରିଚିତ ଥିଲେ।