ନୂଆଦିଲ୍ଲୀ: ଓଡ଼ିଆ ଆଇପିଏସ୍ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନଙ୍କୁ ଏନସିବିର ପୂର୍ଣ୍ଣକାଳୀନ ଡିଜି ଭାବେ ନିଯୁକ୍ତି ମିଳିଛି। ୨୦୨୪ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି। ୧୯୮୮ ଝାଡ଼ଖଣ୍ଡ କ୍ୟାଡରର ଆଇପିଏସ୍ ଅଫିସର ଶ୍ରୀ ପ୍ରଧାନ ଏନଡିଆରଏଫର ମହାନିର୍ଦ୍ଦେଶକ ସହ ଏନସିବିର ଇନଚାର୍ଜ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ। ରାକେଶ ଅସ୍ଥାନା ଦିଲ୍ଲୀ ପୁଲିସ କମିଶନର ଭାବେ ନିଯୁକ୍ତି ପାଇବା ପରେ ଶ୍ରୀ ପ୍ରଧାନଙ୍କୁ ଏନସିବିର ଇନଚାର୍ଜ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ହେଲେ ଗତକାଲି ୧୯୮୮ ଗୁଜରାଟ କ୍ୟାଡରର ଆଇପିଏସ୍ ଅତୁଲ କରୱାଲଙ୍କୁ ଏନଡିଆରଏଫ୍ ଡିଜି ଭାବେ ନିଯୁକ୍ତି ଦିଆଯିବା ପରେ ଆପୋଏଣ୍ଟମେଣ୍ଟ କମିଟି ଅଫ୍ କ୍ୟାବିନେଟ ଶ୍ରୀ ପ୍ରଧାନକୁ ଏନସିବିର ପୂର୍ଣ୍ଣକାଳୀନ ଡିଜି ଭାବେ ନିଯୁକ୍ତି ଦେଇଛି।