ବେଙ୍ଗୁଲୁରୁ ଗଲା ଲକ୍ଷ୍ମୀପୁର ହଳଦୀ

କୋରାପୁଟ,ଏନ୍ଏନ୍ଏସ୍: ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରୁ ବେଙ୍ଗୁଲୁରୁକୁ ହଳଦୀ ରପ୍ତାନୀ ହୋଇଛି। ହଳଦୀ ଚାଷ ନିମନ୍ତେ ପ୍ରସିଦ୍ଧ ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଚମ୍ପି, ଡୁମୁରିପଦର, କଣାପାଢ଼ୀ, ଟିମାଝୋଲା, ଲଛମଣି, ତୟାପୁଟ ଗ୍ରାମର ଚାଷୀମାନେ ହଳଦୀ ଉତ୍ପାଦନ କରିଥିବା ୨୦ ଟନ୍ ହଳଦୀ ଇଫକୋ-କିଶାନ କ୍ରୟ କରିଥିବା ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୋସନ କୁମାର କାର୍ତ୍ତିକ ସୂଚନା ଦେଇଛନ୍ତି। କିଲୋଗ୍ରାମ୍ ପିଛା ୯୦ ଟଙ୍କା ଦରରେ ଚଷୀମାନେ ହଳଦୀ ବିକ୍ରି କରିଥିବା ସେ ପ୍ରକାଶ କରିଛନ୍ତି। କୋରାପୁଟ ଜିଲ୍ଲାର ଚାଷୀ ଜୈବ ହଳଦୀ ଚାଷ କରି ସ୍ଥାନୀୟ ବଜାରରେ ବିକ୍ରି କରୁଥିଲେ। ଓରମାସ ଓ କାପକୋ ସହାୟତାରେ ଏବେ ଚାଷୀଙ୍କର ହଳଦୀ କ୍ରୟ କରାଯାଉଥିବାରୁ ଚାଷୀମାନେ ଉତ୍ସାହିତ ହୋଇ ଅଧିକା ଚାଷ କରିବେ ବୋଲି ଆଶା ପ୍ରକାଶ ପାଇଛି। ଇଫକୋ-କିଶାନ ହଜାରେ ଟନ ହଳଦୀ କ୍ରୟ କରିବାର ଯୋଜନା ରଖିଥିବା ଶ୍ରୀ କାର୍ତ୍ତିକ ସୂଚନା ଦେଇଛନ୍ତି।