ବିଦେଶ ଯିବାକୁ ଥିଲେ ମିଳିବ ଟିକା

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଦେଶ ଯିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ ପାଇଁ କାଲିଠୁ ବ୍ୟବସ୍ଥା କରାଯାଇଛି। ଏଭଳି ଛାତ୍ରଛାତ୍ରୀ ୧୯୨୯ କୁ ଫୋନ୍ କରି ରେଜିଷ୍ଟ୍ରେସନ କରିପାରିବେ। ରେଜିଷ୍ଟ୍ରେସନ କଲା ପରେ ସେମାନଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯିବ।