୭ ଦିନିଆ ଏନଆଇଏ ରିମାଣ୍ଡରେ ଲୋରେନ୍ସ ବିସ୍ନୋଇ

ନୂଆଦିଲ୍ଲୀ: ଦିଲ୍ଲୀର ପଟିୟାଲା ହାଉସ କୋର୍ଟ ଗ୍ୟାଙ୍ଗଷ୍ଟାର ଲୋରେନ୍ସ ବିସ୍ନୋଇକୁ ୭ ଦିନିଆ ଏନଆଇଏ ରିମାଣ୍ଡରେ ପଠାଇ ଦେଇଛନ୍ତି । ବର୍ତ୍ତମାନ ସମୟରେ ଲୋରେନ୍ସ ପଞ୍ଜାବର ଭଠିଣ୍ଡା ଜେଲରେ ବନ୍ଦ ଅଛି । ଲୋରେନ୍ସର ରିମାଣ୍ଡ ସରିବା ପରେ କୋର୍ଟରେ ପ୍ରମାଣ ଦାଖଲ କରିବା ପାଇଁ ଏନଆଇଏକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଲୋରେନ୍ସ ବିସ୍ନୋଇକୁ ଆଜି ଦିଲ୍ଲୀର ପଟିୟାଲା ହାଉସ କୋର୍ଟରେ ହାଜର କରାଯାଇଥିଲା । ଏଠାରେ ଏଆଇଏ ଲୋରେନ୍ସର ୭ ଦିନିଆ ରିମାଣ୍ଡ ଦାବୀ କରିଥିଲା ଯାହାକୁ କୋର୍ଟ ମଞ୍ଜୁର କରିଥିଲେ ।