ଭୁବନେଶ୍ୱରରେ ଖୋଲିବ ୩ଟି ନୂଆ ଅଗ୍ନିଶମ କେନ୍ଦ୍ର

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭୁବନେଶ୍ୱରରେ ୩ଟି ନୂଆ ଅଗ୍ନିଶମ କେନ୍ଦ୍ର ଖୋଲିବ । ଏହି ଅଗ୍ନିଶମ କେନ୍ଦ୍ର ମଞ୍ଚେଶ୍ୱର, ତମାଣ୍ଡୋ ଓ ପାହାଳରେ ଖୋଲିବ ବୋଲି ସୂଚନା ମିଳିଛି । ନୂଆ ଅଗ୍ନିଶମ କେନ୍ଦ୍ର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ୪୫ଟି ପଦବୀକୁ ଅନୁମତି ମିଳିଥିବାବେଳେ ପ୍ରତିଟି କେନ୍ଦ୍ରରେ ୧୫ କର୍ମଚାରୀ ନିଯୁକ୍ତ ହେବେ ।