କରୋନା ପଜିଟିଭ ଚିହ୍ନଟ ପରେ ଆଇସିୟୁରେ ଭର୍ତ୍ତି ହେଲେ ଲତା ମଙ୍ଗେସକର

ନୂଆଦିଲ୍ଲୀ: ସୁର କୋକିଲା ଲତା ମଙ୍ଗେସକର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଲତା ଦୀଦୀଙ୍କୁ ମୁମ୍ବାଇର ବ୍ରୀଚ କେଣ୍ଡୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲତାଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖା ଦେଉଥିଲେ ମଧ୍ୟ ବୟସ ଦୃଷ୍ଟିରୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏନେଇ ମୁମ୍ବାଇ ମେୟର କିଶୋରୀ ପେଡନେକର ସୂଚନା ପ୍ରଦାନ କରିଛନ୍ତି।

୯୨ ବର୍ଷୀୟ ଲତା ମଙ୍ଗେସକରଙ୍କୁ କରୋନା ଯୋଗୁ ନିମୋନିୟା ମଧ୍ୟ ହୋଇଯାଇଛି, ଯାହାକୁ କୋଭିଡ ନିମୋନିୟା କୁହାଯାଏ।