ଦେଶରେ ସପ୍ତାହକ ମଧ୍ୟରେ କରୋନାରେ ପ୍ରତିଦିନ ହାରାହାରି ୯୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିଶେଷ ସୂଚନା ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବିକ, ସପ୍ତାହକ ମଧ୍ୟରେ ୧୦ଲକ୍ଷ ଜନବସତିରେ ମାତ୍ର ୫୬ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଥିସହିତ ପ୍ରତିଦିନ ହାରାହାରି ୯୩ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, ଦେଶରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୪୦ ହଜାରରୁ କମ୍ ରହିଛି। ଗତ ୧୫ ଦିନ ମଧ୍ୟରେ ପ୍ରତିଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ହଜାର ୯୦୦ରୁ ୯ ହଜାର ମଧ୍ୟରେ ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆହୁରି କହିଛନ୍ତି ଯେ, ମଙ୍ଗଳବାର ଦ୍ୱିପ୍ରହର ଗୋଟାଏ ସୁଦ୍ଧା ୮୭ଲକ୍ଷ ୪୦ ହଜାର ୫୯୫ ଜଣ କରୋନା ଟିକା ଲଗାଇଛନ୍ତି। ୮୫ଲକ୍ଷ ୬୯ ହଜାର ୯୧୭ ଜଣ ପ୍ରଥମ ଡୋଜ୍ କରୋନା ଟିକା ନେଇଥିବାବେଳେ ୧ଲକ୍ଷ ୭୦ ହଜାର ୬୭୮ ଜଣ ଦ୍ୱିତୀୟ ଡୋଜ୍ ଲଗାଇ ସାରିଲେଣି।