୩ ଦିନରେ କୋରାପୁଟ ଜିଲ୍ଲାରେ ୧୦୦ ପଜିଟିଭ

କୋରାପୁଟ,ଏନ୍ଏନ୍ଏସ୍: ଗତ ତିନି ଦିନରେ କୋରାପୁଟ ଜିଲ୍ଲାରେ ମୋଟ ୪୩ ମହିଳାଙ୍କ ସମେତ ୧୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨୦୮ରେ ପହଞ୍ଚିଛି। ସୂଚନା ଅନୁଯାୟୀ ଗତ ତିନିଦିନ ମଧ୍ୟରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କୋରାପୁଟ ପୌରାଞ୍ଚଳରୁ ୧୪, ଜୟପୁର ପୌରାଞ୍ଚଳରୁ ୧୦ , ସୁନାବେଡା ପୌରାଞ୍ଚଳରୁ ୭ ଏବଂ କୋଟପାଡ ଏନଏସିରୁ ୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ୩ ଦିନରେ ବନ୍ଧୁଗାଁ ବ୍ଲକରୁ ୨, ବୈପାରିଗୁଡାରୁ ୧୦, ବୋରିଗୁମ୍ମାରୁ ୧୧, ଦଶମନ୍ତପୁରରୁ ୨ ଓ ଜୟପୁର ବ୍ଲକରୁ ୮ ଜଣ ଏବଂ କୋରାପୁଟ ବ୍ଲକରୁ ୧୪ ଜଣ, କୋଟପାଡ ବ୍ଲକରୁ ୩, କୁନ୍ଦୁରାରୁ ୩, ଲମତାପୁଟରୁ ୩, ଲକ୍ଷ୍ମୀପୁରରୁ ୬, ନନ୍ଦପୁର, ପଟ୍ଟାଙ୍ଗି ଓ ସେମିଲିଗୁଡା ବ୍ଲକରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।