ଗ୍ରାହକ ସେବାକେନ୍ଦ୍ର ଉଦଘାଟିତ

ବାଲିଗୁଡା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ ଭିନ୍ନ ଏକ ଜନସେବା କେନ୍ଦ୍ର ସ୍ଥାନୀୟ ଲକ୍ଷ୍ମୀ ମାର୍କେଟର ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଏକ ଗୃହରେ ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଏଥିରେ ସମ୍ମାନିତ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ଲୋକନାଥ ପାଢୀ ଓ ମା ପାଟଖଣ୍ଡା ଦୁର୍ଗାପୁଜା ସମିିତିର ସମ୍ପାଦକ ଟି.ଶ୍ରିନିବାସ ରାଓ ପ୍ରମୁଖ ଯୋଗ ଦେଇଥିଲେ। ଏହି ଜନସେବା କେନ୍ଦ୍ରରେ ତିରିଶିରୁ ଅଧିକ ବ୍ୟାଙ୍କର ଟଙ୍କା ଉଠାଣ, ଜମା, ଅନଲାଇନରେ ନୂଆଖାତା ଇତ୍ୟାଦି ସବୁ ବ୍ୟାଙ୍କ ବାବଦୀୟ ସମସ୍ତ କାର୍ଯ୍ୟ ସହିତ ବିଭିନ୍ନ ବିଲର ଦେୟ, ଇନସୁରାନ୍ସ ପ୍ରିମିୟମ, ପାନ କାର୍ଡ, ଟ୍ରେନ ଓ ଉଡାଜାହାଜ ଟିକଟ ଆଦି କାର୍ଯ୍ୟ ହୋଇ ପାରିବ। ଏହି ଜନସେବା କେନ୍ଦ୍ରକୁ ଗୌରହରୀ ଦାସ ପରିଚାଳନା କରିବେ ଓ ଜନତାଙ୍କୁ ଭଲରେ ସେବା ଯୋଗାଇଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଛନ୍ତି। ଉଦ୍ଘାଟନୀ ଉତ୍ସବରେ ବିଭିନ୍ନ ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।