ଲାପଟପ୍ ଓ ମୋବାଇଲ୍ ଜବତ: ୩ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଟାଉନ୍ ଥାନା ପୁଲିସ୍ ଦ୍ୱାରା ୩ ଜଣ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ପୁଲିସ୍ ଗୋଟିଏ ଲାପଟପ୍, ମୋବାଇଲ୍ ଫୋନ୍, ହୋମ୍ ଥିଏଟର୍ ଓ ଏକ ସାବଳ ଜବତ କରିଛି। ଗତମାସ ସହରର ଜଣେ ବ୍ୟକ୍ତିଙ୍କ ଘରୁ ଉପରୋକ୍ତ ସାମଗ୍ରୀ ଚୋରି ହୋଇଥିଲା। ଏନେଇ ପୁଲିସ ମାମଲା ରୁଜୁକରି ତଦନ୍ତ କରୁଥିଲା।