ମୁଖ୍ୟମନ୍ତ୍ରୀ ପଦରୁ ତ୍ରିବେନ୍ଦ୍ର ସିଂ ରାୱତଙ୍କ ଇସ୍ତଫା

ଦେହରାଦୁନ୍: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାୱତ ରାଜଭବନ ପହଞ୍ଚି ରାଜ୍ୟପାଳ ବେବୀ ରାନୀ ମୋର୍ଯ୍ୟଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଗତ କିଛିଦିନ ହେବ ବିଜେପି ଉତ୍ତରାଖଣ୍ଡରେ ନେତୃତ୍ୱ ବଦଳାଇବାର ପଦକ୍ଷେପ ନେଇଥିବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ସେଥିପାଇଁ ରାୱତଙ୍କୁ ଦିଲ୍ଲୀ ଡକାଯାଇଥିଲା। ଆଉ ଦିଲ୍ଲୀରୁ ଫେରିବା ପରେ ସେ ପଦ ଛାଡ଼ିଦେଲେ।

ସୂଚନାଯୋଗ୍ୟ, ତ୍ରିବେନ୍ଦ୍ର ସିଂ ରାୱତଙ୍କ ଇସ୍ତଫା ପରେ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଲାଗି ବିଧାୟକ ଦଳର ବୈଠକ ଡକାଯିବ। ଏହି ବୈଠକରେ ନୂଆ ନେତା ଚୟନ କରାଯିବ। ଆଉ ଏହି ଦୌଡ଼ରେ ରାଜ୍ୟସଭା ସାଂସଦ ଅନିଲ ବଲୁନୀ, ନୈନୀତାଲରୁ ଲୋକସଭା ସାଂସଦ ଅଜୟ ଭଟ୍ଟ ଓ ଧନ ସିଂହ ରାୱତଙ୍କ ନାମ ଆଗରେ ରହିଛି।