ଲଖଭୀକୁ ୧୫ ବର୍ଷ ଜେଲ ଦଣ୍ଡାଦେଶ

ଲାହୋର,ଏଜେନ୍ସି: ୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ଲସ୍କର-ଇ-ତୋଇବା ଆତଙ୍କବାଦୀ ସଂଗଠନର ବରିଷ୍ଠ କମାଣ୍ଡର ଜାକିଉର ରେହମାନ ଲଖଭୀକୁ ୧୫ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରାଯାଇଛି। ଏହାବ୍ୟତୀତ ଲଖଭୀ ଉପରେ ୩,୦୦,୦୦୦ ପାକିସ୍ତାନୀ ଟଙ୍କା ଜୋରିମାନା ମଧ୍ୟ ଲାଗୁ କରାଯାଇଛି। ଜୋରିମାନା ଦେଇନପାରିଲେ, ତାକୁ ଅଧିକ ଦେଢବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ବିଚାରପତି ତାଙ୍କ ରାୟରେ କହିଛନ୍ତି। ଶୁକ୍ରବାର ପାକିସ୍ତାନର ଲାହୋରସ୍ଥିତ ଆତଙ୍କବାଦ ନିରୋଧ ଅଦାଲତ ଏହି ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଉଥିବା ଅଭିଯୋଗରେ ଗତ ଶନିବାର ଲଖ୍ଭୀକୁ ଗିରଫ କରାଯାଇଥିଲା। ୨୬/୧୧ ମୁମ୍ବାଇ ଆକ୍ରମଣରେ ଲଖ୍ଭୀକୁ ପାକିସ୍ତାନରେ ଗିରଫ କରାଯାଇଥିଲେ ସୁଦ୍ଧା ୨୦୦୫ରୁ ସେ ଜାମିନରେ ବାହାରକୁ ଆସିଥିଲା।