ପରିବେଶ ପର୍ଯ୍ୟଟନ ପାଇଁ ଜଙ୍ଗଲ ଓ ପର୍ଯ୍ୟଟନ ବିଭାଗ ମଧ୍ୟରେ ଏମଓୟୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରକୃତି ଓ ପରିବେଶ ପର୍ଯ୍ୟଟନର ଉତ୍କର୍ଷସାଧନ ଉଦ୍ଦେଶ୍ୟରେ ଜଙ୍ଗଲ ବିଭାଗ ଓ ପର୍ଯ୍ୟଟନ ବିଭାଗ ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷର ହୋଇଛି। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟ ଏବଂ ପର୍ଯ୍ୟଟନ ବିଭାଗ ତରଫରୁ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ୍ ରାମଚନ୍ଦ୍ର ଯାଦବ ଏଥିରେ ସ୍ୱାକ୍ଷର କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆୟୋଜିତ ତୃତୀୟ ଜାତୀୟ ଚିଲିକା ପକ୍ଷୀ ଉତ୍ସବକୁ ଉଦ୍ଘାଟନ କରି ଇକୋ ରିଟ୍ରିଟ୍ର ଚାହିଦା ବଢୁଛି। ଓଡ଼ିଶାର ଅପରୂପ ସୌନ୍ଦର୍ଯ୍ୟକୁ ଦେଖିବାକୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଆକର୍ଷିତ ହୋଇ ଆସୁଛନ୍ତି। ଏଥିପାଇଁ ଓଡ଼ିଶା ପର୍ଯ୍ୟଟନ ଓ ଇକୋଟୁର ଓଡ଼ିଶାର ଅନନ୍ୟ ଉଦ୍ୟମ ଅଭିନନ୍ଦନୀୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

ଶୁକ୍ରବାର ଲୋକସେବା ଭବନସ୍ଥିତ କନଭେନସନ୍ ସେଣ୍ଟରରେ ଆୟୋଜିତ ଉତ୍ସବରେ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜାତୀୟ ଚିଲିକା ପକ୍ଷୀ ଉତ୍ସବ କ୍ରମବର୍ଦ୍ଧିଷ୍ଣୁ ସଫଳତା ଉପରେ ଖୁସି ଜାହୀର କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଓଡ଼ିଶା ସମ୍ବଳ ଓ ସୌନ୍ଦର୍ଯ୍ୟରେ ଭରପୁର। ଶ୍ରଦ୍ଧାଳୁଙ୍କ ପାଇଁ ଏହା କେବଳ ତୀର୍ଥସ୍ଥଳୀ ନୁହେଁ, ୧୦ ଲକ୍ଷରୁ ଉଦ୍ଧ୍ୱର୍ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ସମାଗମ ପାଇଁ ଓଡ଼ିଶା ସୁପ୍ରସିଦ୍ଧ। ଏସିଆର ବୃହତ୍ତମ ଖାରିପାଣି ହ୍ରଦ ଚିଲିକାକୁ ପ୍ରତିବର୍ଷ ଚଢ଼େଇର ଆଗମନ ଅତ୍ୟନ୍ତ ଆକର୍ଷଣୀୟ। ଏହି ଜାତୀୟ ଚିଲିକା ପକ୍ଷୀ ଉତ୍ସବକୁ ପକ୍ଷୀପ୍ରେମୀ ପର୍ଯ୍ୟଟକଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱାଗତ କରି ଓଡ଼ିଶା ପର୍ଯ୍ୟଟନ ଓ ଇକୋଟୁର ଓଡ଼ିଶାର ଏହି ଅନନ୍ୟ ଉଦ୍ୟମ ଅଭିନନ୍ଦନୀୟ। ଓଡ଼ିଶାର ସାତକୋଶିଆ ଗଣ୍ଡ, ଭିତରକନିକା ଜାତୀୟ ଉଦ୍ୟାନ, ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଓ ଏସିଆର ବୃହତ୍ତମ ହ୍ରଦ ଚିଲିକା ଭଳି ଆକର୍ଷଣୀୟ ସ୍ଥାନଗୁଡ଼ିକୁ ପରିଦର୍ଶନ କରି ପର୍ଯ୍ୟଟକମାନେ ଅପାର ଆନନ୍ଦ ପାଉଛନ୍ତି। ଭବିଷ୍ୟତରେ ବି ପାଇବେ ବୋଲି କହିଥିଲେ।

ସମ୍ମାନିତ ଅତିଥିଭାବେ ଯୋଗଦେଇ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଲେ, ଚିଲିକା ହ୍ରଦ ୧୯୮୧ରେ ଦେଶର ପ୍ରଥମ ରାମସାରସ୍ଥଳୀ ଭାବେ ସ୍ୱୀକୃତି ପାଇଥିଲା । କେବଳ ଆମ ରାଜ୍ୟ କାହିଁକି, ସାରା ବିଶ୍ୱର ଆର୍ଦ୍ରଭୂମିଗୁଡ଼ିକ ମଧ୍ୟରେ ଚିଲିକାର ସ୍ଥାନସ୍ୱତନ୍ତ୍ର । ଚିଲିକା ହ୍ରଦ ଓଡ଼ିଶା ପର୍ଯ୍ୟଟନର ଆତ୍ମା କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଦେଶାଗତ ପକ୍ଷୀଙ୍କ ବୃହତ୍ତମ ଆଶ୍ରୟସ୍ଥଳ ଭାବେ ଏସିଆ ଉପମହାଦେଶରେ ଚିଲିକା ହ୍ରଦ ସୁଖ୍ୟାତି ବହନ କରିଛି । ଶୀତ ଦିନରେ ସୁଦୂର ସାଇବେରିଆ ଠାରୁ ଆରମ୍ଭ କରି ସାରାପୃଥିବୀର କୋଣ ଅନୁକୋଣରୁ ହଜାର ହଜାର କିଲୋମିଟର ଅତିକ୍ରମ କରି ପ୍ରାୟ ୧୯୦ ପ୍ରଜାତିର ୧୨ ଲକ୍ଷରୁ ଉଦ୍ଧ୍ୱର୍ ପକ୍ଷୀ ମଙ୍ଗଳାଯୋଡ଼ିକୁ ଆସିବାଚିଲିକାର ଅନନ୍ୟ ବିଶେଷତ୍ୱ । ପକ୍ଷୀ ପର୍ଯ୍ୟଟନକୁ ଅଗ୍ରାଧିକାର ଦେଉଥିବା ଚିଲିକାର ଏହି ଜାତୀୟଚିଲିକା ପକ୍ଷୀ ଉତ୍ସବରେ ପକ୍ଷୀ ବିଶେଷଜ୍ଞମାନେ ଯୋଗଦେଇ ପକ୍ଷୀ ଶିକାର ନିରୋଧ ସମ୍ବନ୍ଧୀୟସଚେତନତା, ଚିଲିକାକୁ ଆସୁଥିବା ବିଦେଶାଗତ ପକ୍ଷୀମାନଙ୍କ ବିଷୟରେ ବହୁବିଧ ତଥ୍ୟ ଓ ପକ୍ଷୀସଂରକ୍ଷଣ ସଂକ୍ରାନ୍ତୀୟ ବିଭିନ୍ନ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥାନ୍ତି ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ ।

ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିଏବଂ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଲେ ଯେ, ଜାତୀୟ ଚିଲିକା ପକ୍ଷୀ ଉତ୍ସବକୁ ପକ୍ଷୀପ୍ରେମୀ ପର୍ଯ୍ୟଟକମାନେ ଅଧିକରୁ ଅଧିକ ସଂଖ୍ୟାରେ ଆସିଲେ ସେମାନେ ରାଜ୍ୟ ପାଇଁ ପର୍ଯ୍ୟଟନ ରାଷ୍ଟ୍ରଦୂତ ରୂପେ ସାବ୍ୟସ୍ତ ହେବେ। ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର କହିଲେ ଯେ, କୋଭିଡ୍ କଟକଣା ସତ୍ତେ୍ୱ ରାଜ୍ୟ ତଥା ରାଜ୍ୟ ବାହାରୁ ୫୫ ଜଣ ପକ୍ଷୀପ୍ରେମୀ ଏହି ଉତ୍ସବକୁ ଉପଭୋଗ କରିବା ପାଇଁ ନାମପଞ୍ଜିକରଣ କରିବା ବେଶ୍ ମହତ୍ତ୍ୱପୂର୍ଣ୍ଣ । ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗଡ. ମୋନା ଶର୍ମା ପରିବେଶ ପର୍ଯ୍ୟଟନ ଦୃଷ୍ଟିରୁ ଓଡ଼ିଶା ବାସ୍ତବରେ ଭାରତର ସ୍ୱର୍ଗ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ଚିଲିକା ଉପରେ ଏକ ଭିଡିଓ ଫିଲ୍ମ ପ୍ରଦର୍ଶିତ ହୋଇଥିଲା।