୪ ଜଣଙ୍କ ଉପରେ ଟ୍ରେନ୍ ଚଢ଼ଗଲା

ହରିଦ୍ୱାର,ଏଜେନ୍ସି: ଗୁରୁବାର ସନ୍ଧ୍ୟାରେ ଉତ୍ତରାଖଣ୍ଡର ହରିଦ୍ୱାର ରେଳଷ୍ଟେସନର ପ୍ରାୟ ୨୦୦ ମିଟର ଦୂରରେ ଏକ ଚଳନ୍ତା ଟ୍ରେନ ଚଢିଯିବାରୁ ଚାରିଜଣ ପ୍ରାଣ ହରାଇଛନ୍ତି। ନବନିର୍ମିତ ଲକସାର-ହରିଦ୍ୱାର ରେଳପଥରେ ଉକ୍ତ ଟ୍ରେନର ପରୀକ୍ଷାମୂଳକ ଚଳାଚଳ ଚାଲିଥିବାବେଳେ ରେଳଧାରଣା ଉପରେ ଚାଲୁଥିବା ୪ ଜଣ ବ୍ୟକ୍ତିଙ୍କୁ ଏହା ଧକ୍କା ଦେଇଥିଲା। ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ଏହି ଘଟଣାରେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।