ଜାମଚୁଆଁ ଗ୍ରାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

ପାଟଣାଗଡ,ଏନ୍ଏନ୍ଏସ୍: ଖପ୍ରାଖୋଲ ବ୍ଲକ୍ ଜାମଚୁଆଁ ଗ୍ରାମରେ ଦୁଇ ପରିବାର ଘରରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଆଜି ସକାଳେ ରାଧେଶ୍ୟାମ ସାହୁ ଓ କୈଳାସ ସାହୁ ଦୁହିଁ ପରିବାର ଗାଁ ନିକଟରେ ଥିବା ବିଲକୁ ଚାଷ କରିବାକୁ ଯାଇଥିଲେ। କୌଣସି କାରଣରୁ ଘରେ ନିଆଁ ଲାଗି ଯାଇଥିଲା। ପଡ଼ୋଶୀ ଲୋକ ଘର ଜଳୁଥିବା ଦେଖି ଦୁଇ ଜଣଙ୍କୁ ଖବର ଦେଇଥିଲେ। ପରେ ଗାଁ ଲୋକ ନିଆଁକୁ ଲିଭାଇ ଥିଲେ ମଧ୍ୟ ନିଆଁ ଆୟତ୍ତ ନହେବାରୁ ଖପ୍ରାଖୋଲ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଉକ୍ତ ପରିବାରର ଘରେ ଯାହାକିଛି ସାମଗ୍ରୀ ଥିଲା ପୋଡି ନଷ୍ଟ ହୋଇଯାଇଛି ବୋଲି କହିଛନ୍ତି ପରିବାର ଲୋକେ। ଉକ୍ତ ପରିବାର ଦ୍ୱୟ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ସେମାନେ ଏବେ ବେସାହାରା ହୋଇପଡିଛନ୍ତି। ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି।