ଲଖିମପୁର ହିଂସା: ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ରାଇଫଲରୁ ଚାଲିଥିଲା ଗୁଳି

ନୂଆଦିଲ୍ଲୀ: ଲଖିମପୁର ଖୀରୀ ହିଂସା ମାମଲାରେ ବଡ଼ ଖୁଲାସା ହୋଇଛି। ଫରେନସିକ ରିପୋର୍ଟ ଅନୁସାରେ, ହିଂସା ସମୟରେ ଫାୟରିଂ ହୋଇଥିଲା। ୩ଟି ହଥିୟାରରୁ ଫାୟରିଂ ହୋଇଥିବା ନେଇ ପ୍ରମାଣ ମିଳିଛି। ଏହି କ୍ରମରେ ମୁଖ୍ୟ ଅଭିଯୁକ୍ତ ତଥା ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ରାଇଫଲ ମଧ୍ୟ ଯାଞ୍ଚ ପାଇଁ ଯାଇଥିଲା। ଆଶିଷ ମିଶ୍ରାଙ୍କ ରାଇଫଲରୁ ଗୁଳି ଚାଲିଥିବା ନେଇ ଫରେନସିକ ରିପୋର୍ଟରୁ ଜଣାପଡ଼ିଛି।

ସେହିପରି ଅନ୍ୟଜଣେ ଅଭିଯୁକ୍ତ ଅଙ୍କିତ ଦାସଙ୍କ ପିସ୍ତଲ ମଧ୍ୟ ଯାଞ୍ଚ କରାଯାଇଛି। ଘଟଣାସ୍ଥଳରୁ ଦୌଡ଼ିବା ସମୟରେ ଲାଇସେନ୍ସପ୍ରାପ୍ତ ପିସ୍ତଲରୁ ଫାୟରିଂ ହୋଇଥିଲା। କିନ୍ତୁ ପୋଷ୍ଟମୋର୍ଟମ ରିପୋର୍ଟରେ ଗୁଳି ବାଜିବା ଯୋଗୁ କାହାରି ମୃତ୍ୟୁ ହୋଇନାହିଁ ବୋଲି ଜଣାପଡ଼ିଛି। ଯାଞ୍ଚ ସମୟରେ ପୁଲିସକୁ ଗାଡ଼ିରେ ଗୁଳିର ଚିହ୍ନ ମିଳିଥିଲା। ଏହି ଆଧାରରେ ରାଇଫଲ ଜବତ କରାଯାଇଥିଲା।