କଟକ ଜଗତପୁର ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ବାଣ ଜବତ, ୩ ଅଟକ

କଟକ,ଏନ୍ଏନ୍ଏସ୍: ଚଳିତ ବର୍ଷ ସାରା ବିଶ୍ୱରେ କରୋନା ଭୂତାଣୁ ଆତଙ୍କ ଜାରି ରହିଛି। ଏନେଇ ଲୋକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନେକ ବଡ଼ ବଡ଼ ପର୍ବକୁ ନିରାଡମ୍ବରରେ ପାଳନ କରାଯାଇଛି। ସେହିପରି ଦୀପାବଳିରେ ମଧ୍ୟ ବାଣ ଫୁଟାଇବା ଓ ବିକିବାକୁ ନିଷେଧ କରାଯାଇଛି। ଏହି ପରିପ୍ରେକ୍ଷୀରେ କଟକ ଜଗତପୁର ଅଞ୍ଚଳରୁ ଆଜି ଲକ୍ଷାଧିକ ଟଙ୍କାର ବାଣ ଜବତ ହୋଇଛି।

ଏଥିସହିତ ପୁଲିସ ୩ ଜଣଙ୍କୁ ଅଟକ ରଖିଛି। ଜଗତପୁର ଅଞ୍ଚଳର ପଦ୍ମପୁର, ମହାଜନପୁର ଓ ତ୍ରିଲୋଚନପୁରରେ କମିସନରେଟ ପୁଲିସର ଚଢ଼ଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଏସିପି, ଜଗତପୁର ଆଇଆଇସିଙ୍କ ସମେତ ବହୁତ ଅଧିକାରୀ ଉପସ୍ଥିତ ଥିବା ଜଣାଯାଇଛି।