ଲକ୍ଷ୍ୟାଧିକ ଟଙ୍କାର ସିଗାରେଟ ଜବତ, ମୁନିଗୁଡା ପୁଲିସର ତଦନ୍ତ ଜାରି

ମୁନିଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ମୁନିଗୁଡା ସଦର ମହକୁମାରୁ ବ୍ୟାପକ ମାତ୍ରାରେ ସିଗାରେଟ ବସ୍ତା ଜବତ ହୋଇଛି। ଛତିଶଗଡ଼ରୁ କିଛି ବ୍ୟବସାୟୀ ମୁନିଗୁଡାକୁ ବ୍ୟାପକ ମାତ୍ରାରେ ସିଗାରେଟ ଆଣିଥିବାର ଖବରପାଇ ମୁନିଗୁଡ଼ା ଆଇଆଇସି ଶ୍ରୀ ରାଜେନ୍ଦ୍ର ପ୍ରସାଦ ଦେହୁରୀ ଜନୈକ ବ୍ୟବସାୟୀଙ୍କ ଗୋଦାମ ଉପରେ ଚଢ଼ଉ କରିଥିଲେ। ଏହି ଚଢ଼ଉରେ ୩୧ ବସ୍ତା ସିଗାରେଟ ଜବତ ହୋଇଥିଲା।

ଏହି ସମୟରେ ଶ୍ରୀ ଦେହୁରୀଙ୍କ ସହ କନେଷ୍ଟବଳ ନିରଞ୍ଜନ ଦାସ ଓ କିଛି ପୁଲିସ କର୍ମୀ ଥିଲେ। ଏହି ବେପାରର ମୁଖ୍ୟ ଆସାମୀକୁ ଧରିବାକୁ ପୁଲିସ ତରଫରୁ ତଦନ୍ତ ଜାରି ରହିଛି।