ମହାଶିବରାତ୍ରି ଉପଲକ୍ଷେ ସୁକ୍ଷ୍ମ କଳାକୃତି ସାହାଯ୍ୟରେ ଶୁଭକାମନା ଜଣାଇଲେ ଏଲ୍‌. ଇଶ୍ବର ରାଓ

ଜଟଣୀ,ଏନ୍ଏନ୍ଏସ୍: ଜଟଣୀର ଏଲ୍‌. ଇଶ୍ବର ରାଓ ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ତାଙ୍କ ସୁକ୍ଷ୍ମ କଳାକୃତି ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ଚଳିତ ବର୍ଷ ସେ ବୋତଲ ଭିତରେ ଏକ ଇକୋ ଫ୍ରେଣ୍ଡଲି ଶିବଲିଙ୍ଗ, ଶେଷନାଗ ଓ ତ୍ରିଶୁଳ ତିଆରି କରିଛନ୍ତି। ଏହି ମୂର୍ତ୍ତିର ଉଚ୍ଚତା ୫ ଇଞ୍ଚ, ଓସାର ୨.୫ ଇଞ୍ଚ ରହିଛି।

ଏହି ମୂର୍ତ୍ତି ପାଇଁ ମାଟି, କାଗଜ ଓ କାଚ ବୋତଲର ବ୍ୟବହାର କରିଥିବା ବେଳେ ଏହାକୁ ସମ୍ପୂର୍ଣ କରିବା ପାଇଁ ୭ ଦିନ ସମୟ ଲାଗିଥିଲା। ଏହି ଅବସରରେ ସେ କହିଛନ୍ତି କି ମୁଁ ମୋ କଳା ମାଧ୍ୟମରେ ସମସ୍ତଙ୍କୁ ଶିବରାତ୍ରିର ଶୁଭକାମନା ଜଣାଉଛି ଓ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି କି ସମସ୍ତେ ଭଲରେ ରୁହନ୍ତୁ, ଧନ୍ୟବାଦ।