ଗାଡିଶେଷଖାଲରୁ ମାଈ କୁଟୁରା ଛୁଆ ଉଦ୍ଧାର

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ବନାଞ୍ଚଳ ଅଧୀନସ୍ଥ ଗାଡିଶେଷଖାଲ ଗ୍ରାମରୁ ଆଜି ସକାଳେ ଗ୍ରାମବାସୀମାନଙ୍କ ଦ୍ୱାରା ଏକ ମାଈ କୁଟୁରା ଉଦ୍ଧାର କରାଯାଇଛି। ପରେ ତାକୁ ରାୟଗଡ଼ା ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ପ୍ରାଣୀଧନ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଜଙ୍ଗଲରେ ଛାଡି ଦିଆଯାଇଥିବା ନେଇ ବନବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ ଆଜି ସକାଳୁ ଗାଡିଶେଷଖାଲ ଗାଁ ନିକଟରେ ପ୍ରବାହିତ ନାଗାବଳୀ ନଦୀରେ କୁଟୁରାମାନେ ପାଣି ପିଉଥିବା ବେଳେ କୁକୁରମାନେ ସେମାନଙ୍କୁ ଘୋଉଡାଇଥିଲେ। ଏହି ସମୟରେ ଏକ ମାଈ କୁଟୁରା ଛୁଆ ଗାଁ ଭିତରକୁ ପଶି ଆସିଥିଲା। ସ୍ଥାନୀୟ ଗ୍ରାମବାସୀ ଡି. ଚନ୍ଦ୍ରମୋହନ ଓ ଏମ୍ ଗିରି ବାବୁ ଉକ୍ତ କୁଟୁରା ଛୁଆଟିକୁ ଉଦ୍ଧାର କରି ରାୟଗଡ଼ା ବନାଞ୍ଚଳ ଅଧିକାରୀ ଅଶୋକ କୁମାର ପ୍ରଧାନକୁ ଜଣାଇଥିଲେ।

ବନାଞ୍ଚଳ ଅଧିକାରୀ ଶ୍ରୀ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ରାୟଗଡ଼ା ବନପାଳ ଅନିଲ କୁମାର ପାଣିଗ୍ରାହୀ, ବନରକ୍ଷୀ ମୁରଲୀ ରାଉତ, ପଞ୍ଚାନନ ସାହୁ, ପାରା ଫରେଷ୍ଟର ଲକ୍ଷ୍ମଣ ସାମଲ ଓ ବଳରାମ ସ୍ୱାଇଁ ପ୍ରମୁଖ ଗାଡିଶେଷଖାଲ ଗ୍ରାମକୁ ଯାଇ କୁଟୁରା ଛୁଆଟିକୁ ନେଇ ରାୟଗଡ଼ା ପଶୁ ଚିକିତ୍ସାଳୟରେ ଚିକିତ୍ସା କରି ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ରଖିଥିଲେ। ପରେ ତାକୁ ଘଞ୍ଚ ଜଙ୍ଗଲରେ ଛଡାଯାଇଥିବା ବନାଞ୍ଚଳ ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।