କୁକୁର କାମୁଡ଼ାରେ କୁଟୁରା ମୃତ

ରିଆମାଳ,ଏନ୍‌ଏନ୍‌ଏସ୍‌: ରିଆମାଳ ବନାଞ୍ଚଳ ମେଦିନୀପୁରରେ ଆଜି କୁକୁର କାମୁଡ଼ାରେ ଏକ କୁଟୁରାର ମୃତ୍ୟୁ ହୋଇଛି । ଖବର ପାଇ ରେଞ୍ଜର ନିରଞ୍ଜନ ଧରୁଆ ଓ ଫରେଷ୍ଟର ଦୟାସାଗର ପ୍ରଧାନ ସଦଳବଳେ ଯାଇ ଉଦ୍ଧାର କରିଥିଲେ । କଂସର ଆରଏଫ୍ ଜଙ୍ଗଲରୁ ଆସିଥିଲା । ଶେଷରେ ପାଣି ପାଇଁ ପଳାଇ ଆସିଥିବା କୁକୁରମାନେ ଆକ୍ରମଣ କରିବାରୁ କୁଟୁରାର ମୃତ୍ୟୁ ଘଟିଥିଲା । ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରିଣୀ ସୁସ୍ମିତା ସେଠୀ ଶବ ବ୍ୟବଚ୍ଛେଦ କରିବା ପରେ କୁଟୁରାକୁ ପୋତି ଦିଆଯାଇଥିଲା ।