ଅନଲାଇନ ଶିଶୁ ଯୌନ ଶୋଷଣ ମାମଲାରେ ୭ ଗିରଫ

ନୂଆଦିଲ୍ଲୀ: ଅନଲାଇନ ଶିଶୁ ଯୌନ ଶୋଷଣ ମାମଲାରେ ଦେଶବ୍ୟାପୀ ଜାରି ରହିଥିବା ରେଡରେ ସିବିଆଇ ବର୍ତ୍ତମାନ ସୁଦ୍ଧା ୭ଜଣଙ୍କୁ ଗିରଫ କରିଛି । ସେଥିମଧ୍ୟରୁ ଦିଲ୍ଲୀରୁ ଗିରଫ ହୋଇଥିବା ୪ଜଣଙ୍କୁ ବିଶେଷ ସିବିଆଇ ଅଦାଲତ ୩ ଦିନିଆ ସିବିଆଇ ରିମାଣ୍ଡରେ ପଠାଇଛି । ବର୍ତ୍ତମାନ ସୁଦ୍ଧା ହୋଇଥିବା ଯାଞ୍ଚରେ ପାକିସ୍ତାନ, ସାଉଦି ଆରବ ଓ ବାଙ୍ଗଲାଦେଶ ସମେତ ଅନେକ ବିଦେଶୀ ଦେଶର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଥିବା ଜଣାପଡ଼ିଛି । ସିବିଆଇ ଇଣ୍ଟରପୋଲ ମାଧ୍ୟମରେ ଏହି ଦେଶମାନଙ୍କ ସହ ସମ୍ପର୍କ କରୁଛି । କରୋନା ସମୟରେ ଏପରି ମାମଲା ୩ଗୁଣା ବଢ଼ିଥିବା ନେଇ ପ୍ରାଥମିକ ଯାଞ୍ଚରୁ ସାମ୍ନାକୁ ଆସିଛି ।

ସୂଚନାଯୋଗ୍ୟ, ସିବିଆଇ ଶିଶୁ ଯୌନ ଶୋଷଣ କାଣ୍ଡର ଐତିହାସିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଭେମ୍ବର ୧୪ ଅର୍ଥାତ ଶିଶୁ ଦିବସରେ ୮୩ ଲୋକଙ୍କ ବିରୋଧରେ୨୩ଟି ମୋକଦ୍ଦମା ଦାୟର କରି ଦେଶର ୭୭ଟି ଜାଗାରେ ରେଡ୍ ମାରିଥିଲା ।