କେପି ଶର୍ମା ଓଲିଙ୍କୁ ଝଟକା, ସଂସଦରେ ବହୁମତ ସାବ୍ୟସ୍ତ କରିବାରେ ବିଫଳ

ନୂଆଦିଲ୍ଲୀ, ଏଜେନ୍ସି: ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବଢିଲା ଟେନସନ୍। ସୋମବାର ସଂସଦର ନିମ୍ନ ସଦନରେ ବହୁମତ ସାବ୍ୟସ୍ତ କରିବାରେ ବିଫଳ ହୋଇଛନ୍ତି ଓଲି। ପୁଷ୍ପକମଲ ଦହଲ ଓରଫ ପ୍ରଚଣ୍ଡଙ୍କ ନେତୃତ୍ୱାଧୀନ ନେପାଳ କମ୍ୟୁନିଷ୍ଟ ପାର୍ଟି ଓଲି ସରକାରଙ୍କଠୁ ସମର୍ଥନ ପ୍ରତ୍ୟାହାର ପରେ କେପି ଶର୍ମାଙ୍କୁ ନିମ୍ନ ସଦନରେ ବହୁମତ ସାବ୍ୟସ୍ତ କରିବାର ଥିଲା। ଏଥିପାଇଁ ସୋମବାର ସଂସଦରେ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା। ହେଲେ ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରିବାରେ କେପି ଶର୍ମା ଓଲି ବିଫଳ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଓଲି ୨୭୫ ସଦସ୍ୟ ବିଶିଷ୍ଟ ନିମ୍ନ ସଦନରେ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଛନ୍ତି।