ସାଂସଦ ଆଜମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ନୂଆଦିଲ୍ଲୀ, ଏନ୍ଏନ୍ଏସ୍: ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର। ଲକ୍ଷେ୍ନø ସ୍ଥିତ ମେଦାନ୍ତ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଗତ ରବିବାର ସୀତାପୁର ଜିଲ୍ଲା ଜେଲରେ କଏଦୀ ଥିବା ଆଜମ ଖାନଙ୍କ ସ୍ୱାସ୍ଥ୍ୟବସ୍ଥା ଅଚାନକ ବିଗିଡିଯାଇଥିଲା । ଏହାପରେ ତାଙ୍କୁ ତୁରନ୍ତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସୂଚନାଯୋଗ୍ୟ, ପାସପୋର୍ଟ ନମ୍ବର ଜାଲିଆତି ମାମଲାରେ ୨୦୨୦ ଫେବୃଆରୀ ୨୭ ତାରିଖରୁ ଜେଲରେ ଥିବା ଆଜମ ଖାନ ଏବଂ ତାଙ୍କ ପୁଅ ଅବଦୁଲ୍ଲା ଖାନ ଗତ ଏପ୍ରିଲ ୩୦ ତାରିଖରେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ତେବେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେବାକୁ କୁହାଯିବାରୁ ସେ ଯିବାକୁ ରାଜି ହୋଇନଥିଲେ । ବହୁ ସମୟ ବୁଝା ସୁଝା କରିବା ପରେ ସେ ହସ୍ପିଟାଲ ଯିବାକୁ ଶେଷରେ ରାଜି ହୋଇଥିଲେ ।