ଭାରତରେ କୋଭିଶିଲ୍ଡ ଭ୍ୟାକସିନ ଟ୍ରାଏଲ ସ୍ଥଗିତ

ନୂଆଦିଲ୍ଲୀ, ଭାରତରେ କୋଭିଶିଲ୍ଡ ଟିକା ପରୀକ୍ଷଣ ବନ୍ଦ କରାଯାଇଛି। ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ନିଷ୍ଟତ୍ତି ନିଆଯାଇଛି। ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି, ଆମେ ସ୍ଥିଚି ସମୀକ୍ଷା କରୁଛୁ। ଆମେରିକାର ଫାର୍ମା କମ୍ପାନୀ ଆଷ୍ଟ୍ରାଜେନକା ପୁଣି ଟ୍ରାଏଲ ଆରମ୍ଭ ନକରିବା ଯାଏ ଏହା ବନ୍ଦ ରହିବ। ଆମେ କେବଳ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆର ନିର୍ଦ୍ଦେଶ ପାଳନ କରୁଛୁ। ସୂଚନାଯୋଗ୍ୟ, ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଆଷ୍ଟ୍ରାଜେନକା ସହ ମିଳିତ ଭାବେ ଅକ୍ସଫୋର୍ଡ ୟନିଭର୍ସିଟି ପାଇଁ କୋଭିଶିଲ୍ଡ ଭ୍ୟାକସିନ ଉତ୍ପାଦନ କରୁଛି। ଗତ ୮ ତାରିଖରେ ଆଷ୍ଟ୍ରାଜେନକାର ଟ୍ରାଏଲର ସାମ୍ନା କରିଥିବା ଜଣେ ବ୍ୟକ୍ତି ଅସୁସ୍ଥତା ଅନୁଭବ କରୁଥିବାରୁ ଏହି ଫାର୍ମା କମ୍ପାନୀ ଟ୍ରାଏଲ ସ୍ଥଗିତ ରହିଛି।