ରାଜ୍ୟରେ ପୁଣି ସୁସ୍ଥହେଲେ ୨୭୦୬ କରୋନା ପଜିଟିଭ, କଟକରୁ ୪୧୧

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ପୁଣି ୨୭୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦୮୦୦୧ରେ ପହଞ୍ଚିଛି।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି କଟକ ଜିଲ୍ଲାରୁ ସର୍ବାଧିକ ୪୧୧ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୩୫୪ଜଣ ସୁସ୍ଥ ହୋଇଛନ୍ତି। ସେହିପରି ମୟୁରଭଞ୍ଜରୁ ୨୩୩, ଗଞ୍ଜାମରୁ ୧୭୩, ନୟାଗଡରୁ ୧୫୨, ବରଗଡରୁ ୧୩୯, ପୁରୀରୁ ୧୩୨, ରାୟଗଡାରୁ ୧୦୧, ଝାରସୁଗୁଡାରୁ ୯୩, ଯାଜପୁରରୁ ୯୨, କେନ୍ଦୁଝରରୁ ୮୨, ସମ୍ବଲପୁରରୁ ୮୧, ଜଗତସିଂହପୁରରୁ ୭୫, କେନ୍ଦ୍ରାପଡାରୁ୬୬, ଢେଙ୍କାନାଳରୁ ୬୫, କୋରାପୁଟରୁ ୬୫, ଭଦ୍ରକରୁ ୫୩, ନବରଙ୍ଗପୁରରୁ ୫୨, ବାଲେଶ୍ୱରରୁ ୩୮, ସୁନ୍ଦରଗଡରୁ ୩୪, କଳାହାଣ୍ଡିରୁ ୩୩, ମାଲକାନଗିରିରୁ ୨୭, ବଲାଙ୍ଗିରରୁ ୨୫, ସୋନପୁରରୁ ୨୪, ବୌଦ୍ଧରୁ ୨୩, ନୂଆପଡାରୁ ୨୩, କନ୍ଧମାଳରୁ ୨୦, ଗଜପତିରୁ ୧୮, ଅନୁଗୁଳରୁ ୧୭, ଦେବଗଡରୁ ୫ଜଣ ସୁସ୍ଥ ହୋଇଛନ୍ତି।