କୋଭିଡ-୧୯ ନିୟମ ଉଲ୍ଲଙ୍ଘନ କରି ଜୋରିମାନା ଗଣିଲେ ବିଜେପି ନେତା

ମାଲକାନଗିରି,ଏନ୍ଏନ୍ଏସ୍: କୋଭିଡ ୧୯ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ବିଜେପି ନେତାଙ୍କୁ ଜୋରିମାନା ଗଣିବାକୁ ପଡିଛି। ମାଲକାନଗିରି ଜିଲ୍ଲା ପୁଲିସ କ୍ୟାଣ୍ଟିନରେ କାର୍ଯ୍ୟରତ ମହିଳାଙ୍କୁ ଗଣଦୁଷ୍କର୍ମ ଓ ପରେ ମୃତ୍ୟୁବରଣ ଘଟଣାର ଅନୁସନ୍ଧାନ ପାଇଁ ଗତ ମଙ୍ଗଳବାର ଦିନ ଆସି ଫେରିଥିବା ବିଜେପିର ରାଜ୍ୟ ପ୍ରତିନିଧି ଦଳ କୋଭିଡ-୧୯ ନିୟମକୁ ଉଲ୍ଲଂଘନ କରି ୩ ଜଣ ଜୋରିମାନା ଦେଇଛନ୍ତି। ପ୍ରତିନିଧି ଦଳରେ ଆସିଥିବା ୫ ଜଣଙ୍କ ମଧ୍ୟରୁ ବିଜେପି ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା, ବିଧାୟକ ଆଦିତ୍ୟ ମାଢି ଓ ପୂର୍ବତନ ସାଂସଦ ବଳଭଦ୍ର ମାଝୀ, କୋଭିଡ୍-୧୯ ନିୟମକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା।

ଏହାପରେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରତ୍ୟେକଙ୍କ ନିକଟରୁ ୫୦୦ ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯାଇଛି। ସୂଚନା ଯୋଗ୍ୟ ଯେ, ରାଜ୍ୟ ଉପ ସଭାନେତ୍ରୀ ଶ୍ରୀମତି ପରିଡାଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ଉପ ସଭାପତି ବଳଭଦ୍ର ମାଝୀ, ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦିକା ବବିତା ପାତ୍ର, ମାଲକାନଗିରି ବିଧାୟକ ତଥା ଜିଲ୍ଲା ସଭାପତି ଆଦିତ୍ୟ ମାଢ଼ି ମାଲକାନଗିରି ଗସ୍ତ କରି ପୁଲିସ କ୍ୟାଣ୍ଟିନ ଓ ପୀଡ଼ିତାଙ୍କ ଘରକୁ ଯାଇ ପଡ଼ୋଶୀ ଓ ସ୍ୱାମୀଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ।