ଭୁବନେଶ୍ୱର, ଏନ୍ଏନ୍ଏସ୍: ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ ଆଇସିଏସଇ ଦଶମ ପାସ୍ ହାର ୯୯.୩୩ ପ୍ରତିଶତ ରହିଥିବାବେଳେ ଆଇଏସସି ଦ୍ୱାଦଶ ପାସ୍ ହାର ୯୬.୮୪ ପ୍ରତିଶତ ରହିଛି। ଆଇସିଏସଇ ଓ ଆଇଏସସି ୱେବସାଇଟରେ ପରୀକ୍ଷାପଳ ଉପଲବ୍ଧ କରାଯାଇଛି।
ସୂଚନାଯୋଗ୍ୟ, ଡବ୍ଲୁଡବ୍ଲ୍ୟୁଡବ୍ଲ୍ୟୁ.ସିଆଇଏସସିଇ.ଓଆରଜି ଓ ଡବ୍ଲୁଡବ୍ଲ୍ୟୁଡବ୍ଲ୍ୟୁ.ରେଜଲ୍ଟ. ସିଆଇଏସସିଇ.ଓଆରଜି କ୍ଲିକ କରି ରେଜଲ୍ଟ ପାଇପାରିବେ । ଏଥିସହିତ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏଥର ମେରିଟ ଲିଷ୍ଟ ପ୍ରକାଶ ପାଇନାହିଁ।