କୋଟିଆକୁ ଆଦର୍ଶ ଗ୍ରାମ ଭାବେ ଗ୍ରହଣ କଲେ ସାଂସଦ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ସାଂସଦ ସପ୍ତଗିରି ଉଲାକା ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆକୁ ଆଦର୍ଶ ଗ୍ରାମ ଭାବେ ଗ୍ରହଣ କରିଛନ୍ତି। କୋଟିଆର ବିକାଶ ପାଇଁ ରାଜ୍ୟ ସରକାରଙ୍କ ୧୫୦ କୋଟି ଟଙ୍କା ଅନୁଦାନରେ କାର୍ଯ୍ୟ ତ୍ୱରାନ୍ୱିତ ହେଉଥିବାବେଳେ ଆନ୍ଧ୍ରପ୍ରଦେଶ ଅନୁପ୍ରବେଶ କରି ତଳଗଞେଇପଦର ଗ୍ରାମରେ ପୋଖରୀ ଖୋଳା କାର୍ଯ୍ୟକ୍ରମ ଆରମ୍ଭ କରିଥିବାରୁ ବିବାଦ ଘନୀଭୂତ ହେଉଥିବା ବେଳେ କୋରାପୁଟ ସାଂସଦ ଶ୍ରୀ ଉଲାକା କୋଟିଆକୁ ଆଦର୍ଶ ଗ୍ରାମ ଭାବେ ନେଇଛନ୍ତି। ଏହାଦ୍ୱାରା ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ବିକାଶ ହୋଇପାରିବ ଯଦ୍ୱାରା ଲୋକଙ୍କୁ ଏକତ୍ରୀତ କରିବାରେ ସକ୍ଷମ ହୋଇପାରିବ ବୋଲି ମତପ୍ରକାଶ ପାଇଛି। ଆନ୍ଧ୍ରର ଅନୁପ୍ରବେଶକୁ ସେ ନାପସନ୍ଦ କରିବା ସହ ଓଡ଼ିଶାର ଇଞ୍ଚେ ଜମି ଆମେ ଛାଡ଼ିବୁ ନାହିଁ ବୋଲି ସାଂସଦ ଶ୍ରୀ ଉଲାକା ଦୃଢୋକ୍ତି ପ୍ରକାଶ କରିଛନ୍ତି।