ସ୍କୁଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ୍ କୋଲାର୍ ପଞ୍ଚାୟତର ରାମପୁର ଗ୍ରାମ ବିଦ୍ୟାଳୟର ଏକ କଠୋରୀରୁ ଜଣେ ଅଚିହ୍ନା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସମ୍ପୃକ୍ତ ମହିଳାଙ୍କ ମୃତଦେହ ଝୁଲୁଥିବା ଦେଖି ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଓ ପୁଲିସକୁ ଖବର ଦେଇଥିଲେ। ପରେ ଡିଏସପି ଅଂଶୁମାନ ଦ୍ୱିବେଦୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ତେବେ କରୋନା ଯୋଗୁ ସ୍କୁଲଗୁଡ଼ିକ ଗତ ୩ମାସ ହେଲା ବନ୍ଦ ରହିଥିବାବେଳେ ମହିଳା ଜଣକ ସ୍କୁଲ କଠୋରୀକୁ ଗଲେ କିପରି ଓ ସେ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି।