କୋରାପୁଟ,ଏନ୍ଏନ୍ଏସ୍: ବାଲି ବୋଝେଇ ଟିପ୍ପର ଓ ଟ୍ରାକ୍ଟର ଉପରେ ତହସିଲଦାର ଓ ରାଜସ୍ୱ ନିରୀକ୍ଷକ ମନଇଚ୍ଛା ଫାଇନ୍ ପକାଇବା ପ୍ରତିବାଦରେ ସେମିଲିଗୁଡା ଟିପ୍ପର ଓ ଟ୍ରାକ୍ଟର ମାଲିକ ସଂଘ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛି । ରବିବାର ସମସ୍ତ ମାଲିକ ନିଜ ଗାଡି ସେମିଲିଗୁଡାରେ ଛିଡା କରି ପ୍ରତିବାଦ କରିଛନ୍ତି। ଜିଲ୍ଲାପାଳ ଏ ସମ୍ପର୍କରେ କୌଣସି ନିଷ୍ପତି ନ ନେବା ଯାଏ ସେମିଲିଗୁଡା ସଂଘର ସମସ୍ତ ଟିପ୍ପର ଓ ଟ୍ରାକ୍ଟର ଚଳାଚଳ ବନ୍ଦ ରହିବ ବୋଲି ସଂଘ କହିଛି। ସଂଘ ସଭାପତି ତ୍ରିପତି ପାଣିଗ୍ରାହୀ, ଉପ-ସଭାପତି ସନ୍ତୋଷ ଶତପଥୀ, ସମ୍ପାଦକ ମୁକେଶ ପାତ୍ର, କୋଷାଧ୍ୟକ୍ଷ ସଞ୍ଜୟ ପଣ୍ଡା, ସହସମ୍ପାଦକ ରୁଦ୍ର ପ୍ରକାଶ ଦାଶ, ଉପଦେଷ୍ଟା ସୁନୀଲ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସୋମବାର ଜିଲ୍ଲାପାଳ ମଧୁ ସୂଦନ ମିଶ୍ରଙ୍କୁ ସାକ୍ଷାତ କରି ଦାବି ପତ୍ର ଦେଇଛନ୍ତି।