ପାର୍ସଲ ବିହନ ବ୍ୟବହାର ନକରିବାକୁ ବିହନ ନିଗମ ଅଧ୍ୟକ୍ଷଙ୍କ ପରାମର୍ଶ

କୋରାପୁଟ,ଏନ୍ଏନ୍ଏସ୍: ଅଜଣା ସ୍ଥାନରୁ ପାର୍ସଲରେ ବିହନ ଆସୁଥିଲେ ତାହା ଗ୍ରହଣ ନକରି ତୁରନ୍ତ କୃଷି ବିଭାଗ ସହ ଯୋଗାଯୋଗ କରିବାକୁ ଭାରତ ସରକାରଙ୍କ କୃଷି ବିଭାଗ ରାଜ୍ୟ ସରକାରଙ୍କୁ ସତର୍କ କରାଇବା ପରେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ପାର୍ସଲ ବିହନ ଭାରତ ବର୍ଷରେ ପହଞ୍ଚି ସାରିଥିବାବେଳେ ଏହାକୁ ବ୍ୟବହାର ନକରିବାକୁ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଂ. ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି। ଏହି ବିହନ ବ୍ୟବହାର କରିବା ଦ୍ୱାରା ଜୈବ ବିବିଧତା ଓ ଜମିର ଉର୍ବରତା ନଷ୍ଟ ହୋଇଯିବ ବୋଲି ଚେତାବନୀ ଦିଆଯାଇଛି। ଏଥିସହିତ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ପ୍ରମାଣଯୁକ୍ତ ବିହନ ବ୍ୟବହାର କରିବାକୁ ଶ୍ରୀ ପାଣିଗ୍ରାହୀ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି।