ନୂଆଖାଇ ଦିନ କୋହଳ ହେବ ସଟଡାଉନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଆସନ୍ତା ୨୩ ତାରିଖ (ରବିବାର) ଦିନ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ଏହିଦିନ ସଟଡାଉନ କୋହଳ କରାଯିବା ନେଇ ଜିଲ୍ଲାପାଳ ସରୋଜ କୁମାର ସାମଲ ଆଶ୍ୱାସନା ଦେଇଛନ୍ତି। ଝାରସୁଗୁଡାରେ ଶନିବାର ଓ ରବିବାର କରାଯାଉଥିବା ସଟଡାଉନ ଯେପରି ନୂଆଖାଇ ପାଳନରେ କୌଣସି ବାଧା ନ ଆଣୁ ତାର ବ୍ୟବସ୍ଥା କରିବା ପାଇଁ ଆଜି କେତେକ ବୁଦ୍ଧୀଜୀବି ଜିଲ୍ଲାପାଳଙ୍କୁ  ଏକ ଦାବିପତ୍ର ପ୍ରଦାନ କରିଥିଲେ। ସେମାନେ କହିଥିଲେ ନୂଆଖାଇ ପର୍ବ କୃଷି ଭିତ୍ତିକ ହେବାସହ ଆମ ସଂସ୍କୃତି, ଐତିହ ତଥା ପରମ୍ପରାର ଏକ ଜୀବନ୍ତ ନିଦର୍ଶନ ଅଟେ। ଏହିଦିନ ଲୋକେ ପୂଜା ସାମଗ୍ରୀ, ପନି ପରିବା, ମିଷ୍ଠାନ୍ନ ଆଦି କିଣି ଥାଆନ୍ତି। ଜିଲ୍ଲାବାସୀଙ୍କ ଏହି ଅନୁରୋଧକୁ ଗ୍ରହଣ କରି ନୂଆଖାଇ ଓ ସ୍ୱାଧୀନତା ଦିବସରେ ସଟ୍ଡାଉନ କୋହଳ କରାଯିବ ବୋଲି ଜିଲ୍ଲାପାଳ ସରୋଜ କୁମାର ସାମଲ ଆଶ୍ୱାସନା ଦେଇଛନ୍ତି। ଏହି ଅବସରରେ ପିଣ୍ଟୁପାଢୀ, ଟହଲୁ ସାହୁ, ବିକ୍ରମ ମହାପାତ୍ର, ଏସକେ ସୁଭନୀଲ ପ୍ରମୁଖ ଉପସ୍ଥିତ ଥିଲେ।