ଅଗଷ୍ଟ ୧୪ ପର୍ଯ୍ୟନ୍ତ କୋରାପୁଟ ଲକଡାଉନ

କୋରାପୁଟ,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ରୋକିବା ଲାଗି ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାକୁ ଲକଡାଉନ ଘୋଷଣା କରାଯାଇଛି। ଏହି ଲକଡାଉନ ଆଜି ମଧ୍ୟରାତ୍ରରୁ ଆସନ୍ତା ୧୪ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଜାରି ରହିବ । ଏସମ୍ପର୍କିତ ନିର୍ଦ୍ଦେଶାବଳୀ ଖୁବଶୀଘ୍ର ଜାରି କରାଯିବ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି। ତଥାପି ଏହି ସମୟରେ ଜରୁରୀ ସେବା ଜାରି ରହିବ କିନ୍ତୁ ଅପରାହ୍ନ ସମୟରେ ଦୋକାନ ବଜାର ବନ୍ଦ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି।