ରାଜ୍ୟରେ ୫ ପ୍ରକାର କରୋନା ଭାଇରସ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୫ ପ୍ରକାର କରୋନା ଭାଇରସ ଚିହ୍ନଟ ହୋଇଛି। ସେଗୁଡ଼ିକ ହେଲା ୧୯ ଏ, ୧୯ ବି, ୨୦ ଏ, ୨୦ ବି ଓ ୨୦ ସି। ମାର୍ଚ୍ଚରୁ ଜୁନ୍ ମାସ ମଧ୍ୟରେ ୧୩ ରାଜ୍ୟରୁ ୧୮ ଜିଲ୍ଲାକୁ ଫେରିଥିବା ୨୨୫ ଜଣଙ୍କୁ ନେଇ ଆଇଏଲଏସ୍ ବୈଜ୍ଞାନିକମାନେ ଜେନୋମିକ ଷ୍ଟଡି କରିଥିଲେ। ଗୁଜୁରାଟ, ଦିଲ୍ଲୀ, ତାମିଲନାଡ଼ୁ, ସମେତ ୧୩ଟି ରାଜ୍ୟର ପ୍ରବାସୀଙ୍କୁ ନେଇ ଏହି ଗବେଷଣା ହୋଇଥିବା ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି। କରୋନା ପଜିଟିଭ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ଶରୀରରେ ସବୁଠୁ ଅଧିକ ୨୦ ଏ ଓ ୨୦ ବି ଭାଇରସ ଠାବ ହୋଇଛି। ଏଥିସହିତ ଜୁଲାଇ ପରଠୁ ରାଜ୍ୟରେ ସଂକ୍ରମଣ ନେଇ ପୁଣି ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି।