ଗଛପଡି ଭାଙ୍ଗିଲା ଘର

କୋରୁକୋଣ୍ଡା,ଏନ୍ଏନ୍ଏସ୍ : ପ୍ରବଳ ବର୍ଷା ଏବଂ ଝଡ ତୋଫାନ ଯୋଗୁଁ ଗଛପଡି ଘର ଭାଙ୍ଗି ଯାଇଛି। ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ପୋଟରେଲ ପଞ୍ଚାୟତ ର ପୁରୁଣା ଚିତାପାରି ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି। ଗ୍ରାମର ନୀଳକଣ୍ଠ ଖରା ନାମକ ବ୍ୟକ୍ତିଙ୍କ ଘର ଉପରେ ଗଛ ପଡିଯିବାରୁ ତାଙ୍କର  ଘରଟି ସମ୍ପୂର୍ଣ ଭାଙ୍ଗି ଯାଇଛି।  ଗଛ ପଡିବା ସମୟରେ ଘରର ୫ ଜଣ ସଦସ୍ୟ ଥିଲେ ମଧ୍ୟ କେହି  ଆହତ ହୋଇ ନଥିବା ଜଣାପଡିଛି।

 ଗଛକୁ ହଟାଇବା ନିମନ୍ତେ କୋରୁକୋଣ୍ଡା ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିବାରୁ କୋରୁକୋଣ୍ଡା ଅଗ୍ନିଶମ ବିଭାଗର କଟର ମେସିନ ଖରାପ ଥିବା ହେତୁ ସେ ଯାଇପାରିନଥିଲେ। ପରେ ମାଲକାନଗିରି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।  ମାଲକାନଗିରି କୋରୁକୋଣ୍ଡା ଅଗ୍ନିଶମ ବିଭାଗ ଆସି ଗଛଟିକୁ କାଟିଥିଲେ। ନୀଳକଣ୍ଠଙ୍କୁ ସରକାରୀ ସୁବିଧା ଯୋଗାଇ ଦେବାପାଇଁ ଦାବି ହୋଇଛି।