ଆଇପିଏଲ୍‌: ରସେଲଙ୍କ ବିସ୍ଫୋରଣ ବ୍ୟାଟିଂରେ ଧରାଶୟୀ ହେଲା ପଂଜାବ, ୬ ୱିକେଟ୍‌ରେ ଜିତିଲା କୋଲକାତା

ନୂଆଦିଲ୍ଲୀ,ଏଜେନ୍ସି: ପଞ୍ଜାବ କିଙ୍ଗ୍‌ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଶୁକ୍ରବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୨ର ୮ମ ମ୍ୟାଚ ଖେଳାଯାଇଛି। ଏହି ମୁକାବିଲାରେ ପଂଜାବ ପ୍ରଥମେ ବ୍ୟାଟିଂ କରି ୧୩୭ ରନ୍‌ ସଂଗ୍ରହ କରିଥିଲା। କୋଲକାତା ବିଜୟ ଲକ୍ଷ୍ୟକୁ ୪ଟି ୱିକେଟ ହରାଇ ୧୪.୩ ଓଭରରେ ପୂରା କରିଛି।

ବାଙ୍ଗାଲୋର ବିପକ୍ଷରେ ହାରିବା ପରେ ପୁଣି ଥରେ କୋଲକାତା ନାଇଟ୍‌ ରାଇଡର୍ସ ଫର୍ମକୁ ଫେରିଛି। କୋଲକାତାର ୬ ୱିକେଟ ବିଜୟର ନାୟକ ସାଜିଛନ୍ତି ଆନ୍ଦ୍ରେ ରସେଲ ଓ ଉମେଶ ଯାଦବ। ଆନ୍ଦ୍ରେ ରସେଲଙ୍କ ଖରାପ ବୋଲିଂ କାରଣରୁ କୋଲକାତା ପୂର୍ବରୁ ବାଙ୍ଗାଲୋର ବିପକ୍ଷରେ ହାରିଥିଲା। କିନ୍ତୁ ପଂଜାବ ବିପକ୍ଷରେ ୩୧ଟି ବଲ ଖେଳି ବିସ୍ଫୋରକ ୭୦ ରନ୍‌ ସଂଗ୍ରହ କରିଥିଲେ। ସେ ୨ଟି ଚୌକା ଓ ୮ଟି ଛକା ମାରି ଦଳର ସ୍କୋରକୁ ମଜବୁତ କରିଥିଲେ। ରସେଲ ନିଜର ଅର୍ଦ୍ଧଶତକ ମାତ୍ର ୨୭ଟି ବଲ୍‌ରେ ପୂରା କରିଥିଲେ।

ପଞ୍ଜାବର ପ୍ରାରମ୍ଭିକ ପ୍ରଦର୍ଶନ ବହୁତ ଖରାପ ଥିଲା। କୋଲକାତାର ଦ୍ରୁତ ବୋଲର ଉମେଶ ଯାଦବ ପ୍ରଥମ ଓଭରର ଶେଷ ବଲରେ ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କ ୱିକେଟ ନେଇ କୋଲକାତାକୁ ଏକଦା ପାୱାର ପ୍ଲେରେ ଭଲ ଆରମ୍ଭ କରାଇଥିଲେ। ମାତ୍ର ପ୍ରଥମ ୱିକେଟ ପରେ ପଂଜାବର ପାଳି ଭାନୁକା ରାଜପକ୍ଷେ ଓ ଶିଖର ଧାୱନ ସମ୍ଭାଳିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଭାନୁକା ରାଜପକ୍ଷେ ମାତ୍ର ୯ଟି ବଲର ସାମ୍ନା କରିପାରିଲେ।