କୋଲ୍ ମାଇନ୍ସ ୱାର୍କର୍ସ ୟୁନିଅନର ୫୩ ତମ ସମ୍ମିଳନୀ

ଝାରସୁଗୁଡ଼ା,ବ୍ରଜରାଜନଗର,ଏନ୍ଏନ୍ଏସ୍: ବ୍ରଜରାଜନଗର କୋଲ୍ ମାଇନ୍ସ ୱାର୍କର୍ସ ୟୁନିଅନର ୫୩ ତମ ଶ୍ରମିକ ସମ୍ମିଳନୀ ସ୍ଥାନୀୟ ରବୀନ୍ଦ୍ର ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ଏଆଇଟିୟୁସି ଶ୍ରମିକ ସଂଗଠନର ରାଜ୍ୟ ସଭାପତି ଅଶୋକ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମ୍ମିଳନୀକୁ ଉଦଘାଟନ କରିଥିଲେ। ଏହି ଅବସରରେ ରାଜ୍ୟ ସଭାପତି ଅଶୋକ ଦାଶଙ୍କ ସଭାପତିତ୍ୱରେ ଏକ ସଭାରେ ସମ୍ମାନିତ ଅତିଥି ଭାବେ ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ଅନୀତ ଚକ୍ରବର୍ତ୍ତୀ, ଶ୍ରମିକ ସଂଗଠନ ନେତା ରମେଶ ତ୍ରିପାଠୀ, ପ୍ରକାଶ ରାୟ, ସୁରେନ୍ଦ୍ର ଶର୍ମା, ରଜତ ରାୟ, ମିଥିଳେଶ ସିଂହ, ସଞ୍ଜୟ ମିଶ୍ର, ସୁଭାସ ଜାଲି, ରାମକୃଷ୍ଣ ତିୱାରି , ସପନ ବଞ୍ଜରା, ବିକ୍ରମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଶ୍ରମିକ ନେତା ପ୍ରକାଶ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ପରେ କେନ୍ଦ୍ରୀୟ କମିଟି କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା।