ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିଡ଼ନୀ ରୋଗୀଙ୍କ ପାଇଁ ଡାୟାଲିସିସ୍ ସେଣ୍ଟର ଲୋକାର୍ପିତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ବାସୀଙ୍କ ବହୁଦିନର ଦାବୀ ଆଜି ପୂରଣ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ କିଡ଼ନୀ ରୋଗୀଙ୍କ ପାଇଁ ଆଜି ଡାୟାଲିସିସ୍ ସେଣ୍ଟର ସ୍ଥାପନ କରାଯାଇଛି । ସିଡିଏମଓ ସାଧନା ଦାସ୍ ଔପଚାରିକ ଭାବେ ଏହି ଡାୟଲେସିସ ସେଣ୍ଟର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟସଭା ସଦସ୍ୟ ବୈରାଗୀ ଦ୍ୱିବେଦୀଙ୍କ ଧର୍ମପତ୍ନୀ ବିଷ୍ଣୁପ୍ରିୟା ଦ୍ୱିବେଦୀ, ବିନୋଦ ବିହାରୀ ଶର୍ମା, ଇନ୍ଦୁ ଭୂଷଣ ଗୁରୁ, ସଚିତାନନ୍ଦ ପାଢ଼ୀ, ରାଜୀବ ଲୋଚନ ମିଶ୍ର, ଗିରୀଶ ଚନ୍ଦ୍ର ନାୟକ, ଡାଳିମ୍ବ ଟାଲି, ପଦ୍ମାବତୀ ପାଣି, ମିତ୍ରଭାନୁ ମହାପାତ୍ର ଓ ହୃଷିକେଶ ଡଗରାଙ୍କ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଡିପିଏମ ଉମେଶ ପ୍ରାସାଦ ଷଡ଼ଙ୍ଗୀ, ଡାୟାଲିସିସ୍ ସେଣ୍ଟର ମ୍ୟାନେଜର ଗୌରୀଶଙ୍କର ବାରିକ, ଡାକ୍ତର ମନୋରଞ୍ଜନ ସାମଲ, ଡାକ୍ତର ଧିରେନ୍ ଦାଶ ଓ ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଧିର କୁମାର ବ୍ରହ୍ମା ଓ ଦୟା ଶଙ୍କର ଦ୍ୱିବେଦୀଙ୍କ ସହ ବହୁ ଯୁବମୋର୍ଚ୍ଚା ସଦସ୍ୟ ଯୋଗ ଦେଇଥିଲେ । ପ୍ରଥମଥର ପାଇଁ ୨ଜଣ କିଡ଼ନୀ ରୋଗୀ ପଦ୍ମନାଭ ଧିର ଓ ପଲଉ ପ୍ରଧାନଙ୍କର ଡାୟାଲିସିସ୍ କରାଯାଇଥିଲା । ଏଥିରେ ଅତିଥିଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।