ଛାତ୍ରୀଙ୍କୁ କାରରେ ଆସି ଅପହରଣ କଲେ ୪ ଯୁବକ

ପାଟଣା,ଏନ୍ଏନ୍ଏସ୍ : ତୁରୁମୁଙ୍ଗା ଥାନା ରାଜନଗର ଗ୍ରାମର ଦେଓଗାଁ ନିକଟ ପଡ଼ିଆ ରୁ ଗୁରୁବାର ୩ ଟା ସମୟରେ କଲେଜରୁ ଫେରୁଥିବା ସମୟରେ ଜଣେ କଲେଜ ଛାତ୍ରୀଙ୍କୁ ଜୋର ଜବରଦସ୍ତ ଭାବରେ କାରରେ ଉଠାଇ ନେଇଛନ୍ତି । ପ୍ରତକ୍ଷ ଦର୍ଶୀଙ୍କ ସୂଚନାଅନୁସାରେ ତୁରୁମୁଙ୍ଗା ପଟୁ ଛାତ୍ରୀ ଜଣକ ନିଜ ସାଇକେଲ ଯୋଗେ ଫେରୁଥିବା ବେଳେ ଏକ ଧଳା ରଙ୍ଗର କାରରେ ୪ ଜଣ ଯୁବକ ତାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଛନ୍ତି । ଛାତ୍ରୀ ଜଣଙ୍କ ଜୀବନ ବିକଳରେ କାର କାଚକୁ ବାଡଉ ଥିବା ମଧ୍ୟ କହିଛନ୍ତି ପ୍ରତକ୍ଷ ଦର୍ଶୀ। ତେବେ ଖବର ପାଇ ତୁରୁମୁଙ୍ଗା ପୋଲିସ ବିଭିନ୍ନ ଅଞ୍ଚଳରେ ନାକାବନ୍ଦୀ କରି ଛାନଭିନ ଜାରି ରଖିଛି ।