ନାବାଳିକାଙ୍କୁ ଅପହରଣ ଅଭିଯୋଗ, କଲେଜ ଛାତ୍ର ଗିରଫ

  • ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ବ୍ଲକ ତୟାପୁଟ ପଞ୍ଚାୟତ ଅନ୍ତର୍ଗତ କନାପାଡି ଗ୍ରାମର ଜନୈକା ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ଶାରିରୀକ ସମ୍ପର୍କ ରଖିଥିବା ଅଭିଯୋଗରେ +୩ ଛାତ୍ରଙ୍କୁୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନା ଅନୁଯାୟୀ, ଭୁବନେଶ୍ୱରସ୍ଥିତ କିଶ୍ କଲେଜର +୩ ବାଣିଜ୍ୟ ଦ୍ୱିତୀୟ ବର୍ଷର ଉଚ୍ଚ ଶିକ୍ଷା ଗ୍ରହଣ କରୁଥିବା ଜଣେ ଛାତ୍ର ନିଜ ଗାଁ କନାପାଡିରେ ଆସି କିଛି ଦିନ ହେବ ରହୁଥିଲା। ଗାଁର ଜଣେ ନାବାଳିକାକୁ ଅପହରଣ କରି ନେଇଥିବା ପରିବାର ତରଫରୁ ଲକ୍ଷ୍ମୀପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପରେ ପୁଲିସ ସମ୍ପୃକ୍ତ ଛାତ୍ରଙ୍କ ଘରୁ ତାକୁ ଗିରଫ କରି ନାବାଳିକାକୁ ଉଦ୍ଧାର କରିଥିଲା। ପରେ ଦୁହିଁଙ୍କ ଡାକ୍ତରୀମାଇନା କରାଯାଇଥିଲା।