- ନୂଆଦିଲ୍ଲୀ: ଖେଳରତ୍ନ ପୁରସ୍କାର ନାଁ ବଦଳିଲା। ରାଜୀବ ଗାନ୍ଧୀ ପରିବର୍ତ୍ତେ ଏହାର ଏବେ ମେଜର୍ ଧ୍ୟାନଚାନ୍ଦ ହେବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି। ମୋଦି କହିଛନ୍ତି, ଧ୍ୟାନଚାନ୍ଦଙ୍କ ନାମରେ ଖେଳରତ୍ନ ପୁରସ୍କାର ନାମ ରଖିବା ପାଇଁ ଦେଶର ଅନେକ ନାଗରିକ ଅନୁରୋଧ କରିଛନ୍ତି। ସେମାନଙ୍କ ଏଭଳି ବିଚାର ପାଇଁ ଧନ୍ୟବାଦ।ସେମାନଙ୍କ ଭାବନାକୁ ସମ୍ମାନ ଦେଇ ଖେଳରତ୍ନ ପୁରସ୍କାରକୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର କୁହାଯିବ। ଭାରତର ଅଗ୍ରଣୀ ଖେଳାଳିଙ୍କ ମଧ୍ୟରେ ମେଜର ଧ୍ୟାନଚାନ୍ଦଙ୍କ ନାମ ରହିଛି ଯିଏ ଭାରତ ପାଇଁ ଗୌରବ ଓ ସମ୍ମାନ ଆଣିଛନ୍ତି।