Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଖପରା ଡୁଙ୍ଗୁରି ଗୁମ୍ଫା ଅବହେଳିତ ଅବସ୍ଥାରେ, ପରିଦର୍ଶନ କଲେ ରାଜ୍ୟସଭା ସଂସାଦ ନିରଞ୍ଜନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଖପରା ଡୁଙ୍ଗୁରି ଗୁମ୍ଫା ଅବହେଳିତ ଅବସ୍ଥାରେ, ପରିଦର୍ଶନ କଲେ ରାଜ୍ୟସଭା ସଂସାଦ ନିରଞ୍ଜନ

ସଇଁନ୍ତଲା,ଏନ୍ଏନ୍ଏସ୍: ରାଜ୍ୟ ସରକାର ପଶ୍ଚିମ ଓଡିଶାର ବିଭିନ୍ନ ମନ୍ଦିର ଓ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଦେଉଥିବା କହୁଛନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡ଼ା ପଞ୍ଚାୟତ ସ୍ଥିତ ଖପରାଡୁଙ୍ଗୁରି ଗୁମ୍ଫା ଅବହେଳିତ ଅବସ୍ଥାରେ ଥିବା ସହ ମନ୍ଦିର ଉନ୍ନତି ପାଇଁ ସାତସପନ ହୋଇ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ତେବେ ଆଜି ରାଜ୍ୟସଭା ସଂସାଦ ନିରଂଜନ ବିଶି ଆଜି ଏହି ଅବହେଳା ଖପରାଡୁଙ୍ଗୁରି କୁ ପରିଦର୍ଶନ କରିବା ସହ ତାଙ୍କର ୧୦ ଲକ୍ଷ ଟଙ୍କା ଅନୁଦାନ ଦେବାକୁ ମଧ୍ୟ ଘୋଷଣା କରିଛନ୍ତି।ଏବଂ ଏହା ର ଉନ୍ନତି ପାଇଁ ପଦକ୍ଷେପ ନେଇ ବୋଲି ପ୍ରକାଶ କରିଛନ୍ତି। ସୂଚନା ମତେ, ଏହି ଖପରା ଡୁଙ୍ଗୁରି ପାଟଣାଗଡ଼ ଓ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ସୀମାରେ ରହିଅଛି । ତେଣୁ ଏହି ସ୍ଥାନକୁ ପାଟଣାଗଡ଼ ସହରରୁ ଦକ୍ଷିଣକୁ ଥିବା ଧୂମାଭଟା ଗ୍ରାମରୁ ସଇଁନ୍ତଲା ଯିବା ରାସ୍ତାରେ ଠିକ ୧ କିଲୋମିଟର ଗଲା ପରେ ଚାରିଛକରୁ ପ୍ରାୟ ୪ କିଲୋମିଟର ଉତ୍ତରକୁ ଏହି ପାହାଡ଼ଟି ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି । ଟିକ୍ରାପଡ଼ା ପଞ୍ଚାୟତର ୧୦ କିଲୋମିଟର ଗଲାପରେ ରହିଛି ଏହି ଖପରାଡୁଙ୍ଗୁରି । ପ୍ରାକୃତିକ ସୌନ୍ଦର୍ୟ୍ୟରେ ଭରି ରହିଛି ମନ୍ଦିର । ଏଥିରେ ରହିଛି ଜଗନ୍ନାଥ, ହନୁମାନ ଓ ଲଷ୍ମୀଙ୍କର ମନ୍ଦିର । ମନ୍ଦିର ଚାରି ପାଖରେ ଚଟାଣ ମଧ୍ୟ ରହିଛି । ଅନ୍ୟପଟେ ଘଞ୍ଚ ଅରଣ୍ୟ ମଧ୍ୟରେ ରହିଥିବା ମନ୍ଦିରରେ ବର୍ଷ ସାରା ପୂଜାର୍ଚ୍ଚନା ହେଉଥିବା ବେଳେ ରଥଯାତ୍ରା ବେଶ ଧୂମ୍‌ଧାମ୍‌ରେ ପାଳିତ ହୋଇଥାଏ । ସାତ ଜଣ ମୁନି ଋଷି ତପସ୍ୟା କରୁଥିବା ବେଳେ ଏହି ସ୍ଥାନକୁ ସପ୍ତର୍ଷି ମଠ ଭାବରେ ପରିଚିତ ।

ପୌରାଣିକ ଯୁଗରେ ଅନେକ ଋଷିମାନେ ତପସ୍ୟା କରିବା ସହ ପାଖରେ ଥିବା ଗୁମ୍ପାରେ ରହି ଭଗବାନଙ୍କର ନିକଟତମ ହୋଇଥିବା କିମ୍ବଦନ୍‌ନ୍ତି ରହିଛି । ଏହି ଗୁମ୍ପା ମଧ୍ୟରେ ଚାରୀ ଗୋଟି ରାସ୍ତା ଥିବା ବେଳେ ଗୁମ୍ପା ଭିତରେ ଏକ ପୋଖରୀ ରହିଛି ବୋଲି ବର୍ତ୍ତମାନର ପୂଜକ ଡ଼ା ପ୍ରଣବାନନ୍ଦ ଦାସ କହିଛନ୍ତି । ମନ୍ଦିରକୁ ଯିବାକୁ ହେଲେ ପାହାଡ ଜଙ୍ଗଲ ଘେରା ରାସ୍ତା ଦେଇ ଯିବାକୁ ପଡୁଥିବା ବେଳେ ପ୍ରାକୃତିକ ସୌନ୍ଦର୍ୟ୍ୟ ଭରା ଲୋକଙ୍କୁ ବେଶ ଆକୃଷ୍ଟ କରିଥାଏ । ଏବେ ଅବହେଳିତ ଅବସ୍ଥାରେ ସରକାରୀ ସହାୟତା ସାତ ସପନ ପାଲଟିଥିବା ବେଳେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଗୁମ୍ପା କିମ୍ବା ମନ୍ଦିରର ଉନ୍ନତି ଦିଗରେ ସ୍ଥାନୀୟ ପ୍ରଶାସନ ଅବହେଳା ଯୋଗୁଁ ଏବେ ବି ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ମିଳି ନଥିବା ବେଳେ ଏଭଳି ଏକ ପର୍ଯ୍ୟଟନ ସ୍ଥଳୀ ଲୁପ୍ତ ଅବସ୍ଥାରେ ରହିଯାଇଛି ଫଳରେ ଅନେକ ଲୋକେ ଜାଣି ପାରୁନଥିବା ଅନୁମେୟ କରାଯାଇଛି ।

ଅନ୍ୟପଟେ ସନ୍ଧ୍ୟା ହେଲେ ଅସାମାଜିକ ବ୍ୟକ୍ତିଙ୍କର ପ୍ରାଦୃଭାବ ବଢି ଚାଲିଥିବା ଦେଖିବାକୁ ମିଳିଛି । ତେବେ ଏହି ମନ୍ଦିରକୁ ସକା ଦାସ, ଲଣ୍ଡା ଦାସ, ସଗୁଆ ଦାସ, ଜଟାଲୁଟ ଦାସ, ବନ ଦାସ, ମୁକ୍ତେଶ୍ୱର ଦାସ, ଖୁଟଲା ଦାସ, ବଟୁ ଦାସ, ବେଣୁଧର ଦାସ ଓ ଲଟୁ ଦାସ କାହିଁ କେତେ ଯୁଗରୁ ପୂଜା କରି ଆସୁଥିବା ବେଳେ ମାତାମାନେ ମଧ୍ୟ ତପସ୍ୟା କରୁଥିବାର ଜଣାପଡିଛି । ପ୍ରକାଶ ଥାଉକି ଯେ, ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ଏହି ଖପରା ଡୁଙ୍ଗୁରିର ପାଦଦେଶରେ ଜଗନ୍ନାଥ ମନ୍ଦିର, ଲଷ୍ମୀ ମନ୍ଦିର, ଶିବ ମନ୍ଦିର ଅବସ୍ଥିତ । ମନ୍ଦିରମାନଙ୍କ ମଧ୍ୟଭାଗରେ ଏକ ବହୁ ପୁରାତନ ବଟବୃକ୍ଷ ବିଦ୍ୟମାନ ।ଯାହାକି ପରିବେଶର ସମ୍ପୂର୍ଣ୍ଣ ସୌଦର୍ଯ୍ୟକୁ ଏକତ୍ରିତ କରୁଛି । ଏହା ବ୍ୟତୀତ ଏହି ସ୍ଥାନରେ ଥିବା ସୁମିଷ୍ଟ ଜଳ ଥିବା ଅଗଭୀର କୂଅ ଓ ଚତୁଃର୍ପାଶ୍ୱରେ ଥିବା ବଗିଚା ସ୍ଥାନଟି ବେଶ ମନୋରମ ଦୃଶ୍ୟ ଭଳି ଦେଖିବାକୁ ମିଳିଛି।

ତେବେ ଏହି ପ୍ରାକୃତିକ ଗୁମ୍ପାରେ ବହୁ ପୂର୍ବରୁ ୠଷିମାନେ ତାଙ୍କର ଆଶ୍ରୟ ସ୍ଥଳୀ କରିଥିବା ବେଳେ ତାଙ୍କର ଦୁଷ୍ଟାନ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ଦେଖିବାକୁ ମିଳୁଛି । ଏହା ବ୍ୟତୀତ ଏହି ଗୁମ୍ପାର ଭିତରେ ଏକ ସୁ-ଗଭୀର ସୁଡ଼ଙ୍ଗ ରହିଥିବା ବେଳେ ପୂର୍ବଋଷି ମାନେ କହନ୍ତି ଯେ, ଗୁମ୍ପା ମଧ୍ୟରେ ଅତିକାୟ ସର୍ପ, ରମ୍ୟ ସରୋବର ଆଦି ଥିବା ବେଳେ ଏମାନେ ଅମାବାସ୍ୟା, ପୂର୍ଣ୍ଣିମା, ସଂକ୍ରାନ୍ତି ଦିନରେ ବାହାରନ୍ତି ବୋଲି ଜଣାପଡିଛି । ତେବେ ଏହି ସରୋବର ନିକଟକୁ ପୂର୍ବରୁ ଖୁଟଲା ଦାଶ ନାମକ ଜଣେ ବାବା ଯାଇ ଫେରି ଆସିଥିଲେ । ଏହି ପାହାଡର ପଶ୍ଚିମକୁ ଠିକ୍‌ ୧ କିଲୋମିଟର ଗଲା ପରେ ଥିବା ଏକ ଚଟାଣରେ ଅନେକ ମୁନି ଋଷିମାନଙ୍କ ସନ୍ଧ୍ୟା ତର୍ପଣ କରିବା ତଥା ବସିବା ପିଛା ଚିହ୍ନ ମାନ ମଧ୍ୟ ଦେଖିବାକୁ ମିଳେ । ଯାହାକୁ ଏ ଅଞ୍ଚଳବାସୀ “ମୁନି ଚୁତଲ” ନାମରେ ନାମିତ କରିଛନ୍ତି । ପ୍ରତିବର୍ଷ ଏଠାରେ ଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଉତ୍ସବ ମହାଆଡମ୍ବରରେ ପାଳନ କରାଯାଇଥାଏ । ଏହି ରଥଯାତ୍ରାକୁ ଦେଖିବା ପାଇଁ ବହୁ ଦୂରଦୁରାନ୍ତରରୁ ବହୁ ପରିମାଣରେ ଜନ ସମାଗମ ହୋଇଥାଏ ଏବଂ ଏହି ପାହାଡ଼ର ଶିଖର ଦେଶରେ ପ୍ରତିବର୍ଷ ଗିରି ଗୋବର୍ଦ୍ଧନ ପୂଜା ମଧ୍ୟ ବେଶ ଧୁମ୍‌ଧାମ୍‌ରେ ପାଳିତ ହୋଇଥାଏ । ମନ୍ଦିରର ଅନତୀ ଦୂରରେ ପଶୁ ପତି ଶିବ ଭଗବାନଙ୍କ ମନ୍ଦିର ଅନୁଷ୍ଠିତ । ଯେଉଁଠି ପ୍ରତିବର୍ଷ ଶୀତଳଷଷ୍ଠୀ ବା ଶିବ ବିବାହ ମହୋତ୍ସବ ପାଳନ କରାଯାଇଥାଏ ।

ତେବେ ମଠାଧିସଙ୍କ ଅବସ୍ଥା ବିଷୟରେ ଅନୁଧ୍ୟାନ କଲେ ଜଣାଯାଏ ଯେ, ବହୁ ପୂର୍ବରୁ ଏକ ଜଟାକୁଟଧାରୀ ବାବା ଅଜ୍ଞାତରେ ଆସି ଏଠାରେ ଅବସ୍ଥାନ କରିଥିଲେ । ସଂରକ୍ଷିତ ଜଙ୍ଗଲରେ ଅବସ୍ଥାନ ଅବୈଧ ବୋଲି ଜଙ୍ଗଲ ବିଭାଗ ଜାଣିବା ପରେ ତାଙ୍କୁ ନିଷେଧ କରାଯାଇଥିଲା । ତେଣୁ ଏଥିରେ ସେ କ୍ଷୁବ୍ଧ ହୋଇ ସ୍ଥାନ ତ୍ୟାଗ କରିଥିବା ବେଳେ ପ୍ରବାଦ ଅଛି ନିଜ ପାଇଁ ସେ ନିଜର କମଣ୍ଡଲୁକୁ ନିକ୍ଷେପ କରି ଜଳର ସନ୍ଧାନ ପାଇଥିଲେ । କମଣ୍ଡଳଟି ଯେଉଁ ସ୍ଥାନରେ ପଡ଼ିଲା ସେ ସ୍ଥାନରେ ଲୋକମାନଙ୍କ ସାହାଯ୍ୟରେ ଏକ କୂପ ଖନନ କରିଥିଲେ ଏବଂ ସେଠାରୁ ସେ ପ୍ରଚୁର ପରିମାଣରେ ଜଳ ପାଇପାରିଥିଲେ । ଏହାର ସତ୍ୟତା ସ୍ୱୀକାର୍ଯ୍ୟ କାରଣ ପାହାଡ଼ର ପାଦଦେଶରେ ତଥା ପ୍ରସ୍ତର ପୂର୍ଣ୍ଣ ଅଞ୍ଚଳରେ ଏବେ ସୁଦ୍ଧା ଜଳର ସନ୍ଧାନ ନ ଥିବା ଜଣାପଡିଛି । ସାଧୁସନ୍ଥମାନଙ୍କ ଦ୍ଵାରା ଖନନ କରିଥିବା ପୁଷ୍ପରିଣୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ।

ପରବର୍ତ୍ତୀ ସମୟରେ ସ୍ୱର୍ଗତ ଲଟା ବାବା ବାଲ୍ୟବ୍ରହ୍ମଚାରୀ ପରେ ବେଣୁଧର ବାବା ସଂସାରୀ ବର୍ତ୍ତମାନ ଦିଗମ୍ବର ବାବାଙ୍କ ତତ୍ତ୍ବାବଧାନରେ ମନ୍ଦିରର ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇ ଆସୁଛି । ତେବେ ଏଭଳି ଏକ ମନ୍ଦିର ଓ ଗୁମ୍ପାର ପରିଦର୍ଶନ ପାଇଁ ରାସ୍ତାଘାଟ, ବିଦ୍ୟୁତ ସଂଯୋଗ ଓ ପାଣିର ବ୍ୟବସ୍ଥା ଭଳି ଅନେକ ସମସ୍ୟା ରହିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦୃଷ୍ଟି ଦେଇ ତାର ଉନ୍ନତି ଦିଗରେ ପଦକ୍ଷେପ ନେବାକୁ ଦାବୀ ହେଉଛି।ଏଥିରେ ବିଜେଡି ନେତା ସମେତ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।