ଖାଲିସ୍ତାନୀ ସମର୍ଥକ ଅମୃତପାଲ ସିଂହର ସହଯୋଗୀ ଗିରଫ

ପଞ୍ଜାବ: ପଞ୍ଜାବ ପୁଲିସକୁ ବଡ଼ ସଫଳତା ମିଳିଛି । ଖାଲିସ୍ତାନୀ ସମର୍ଥକ ଅମୃତପାଲ ସିଂହର ଖୁବ୍ ନିକଟତର ପପ୍ପଲପ୍ରୀତ ସିଂହକୁ ପୁଲିସ ଗିରଫ କରିଛି । ଅମୃତପାଲ ମାର୍ଚ୍ଚ ୧୮ରୁ ଫେରାର ଥିବାବେଳେ ତାକୁ ପଞ୍ଜାବ ସମେତ ଅନ୍ୟ ରାଜ୍ୟରେ ମଧ୍ୟ ଖୋଜା ଚାଲିଛି ।

ସୂଚନାଯୋଗ୍ୟ,ପଞ୍ଜାବ ପୁଲିସ ସ୍ୱତନ୍ତ୍ର ସେଲ ସହଯୋଗରେ ଏକ ବଡ଼ ଅପରେସନ ଚଳାଇ ପପ୍ପଲପ୍ରୀତକୁ ଗିରଫ କରାଯାଇଛି । ପୁଲିସ ସହ ଏଜେନ୍ସି ଟିମ ଅମୃତପାଲ ସିଂହକୁ ଖୋଜିବା ପ୍ରକ୍ରିୟା ଜାରି ରଖିଛି । ପପ୍ପଲପ୍ରୀତ ଗିରଫ ହେବା ପରେ ଅମୃତପାଲ ଗିରଫ ନେଇ ପୁଲିସର ଆଶା ବଢ଼ିଯାଇଛି ।