‘ଅଗ୍ନିପଥ’ ଯୋଜନାକୁ ସୁପ୍ରିମକୋର୍ଟଙ୍କ ମୋହର

ନୂଆଦିଲ୍ଲୀ: ସେନା ଭର୍ତ୍ତି ପାଇଁ କେନ୍ଦ୍ର ସରକାର ଦ୍ୱାରା ପ୍ରସ୍ତୁତ ‘ଅଗ୍ନିପଥ’ ଯୋଜନା ବିରୋଧରେ ଦାୟର ହୋଇଥିବା ୨ଟି ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ଯୋଜନା ମନଇଚ୍ଛା ପ୍ରସ୍ତୁତ କରାଯାଇ ନାହିଁ । ଅନ୍ୟ ବିଚାର ଅପେକ୍ଷା ସାର୍ବଜନିକ ହିତ ଅଧିକ ଗୁରୁତ୍ୱପୂର୍ଣ୍ଣ ।

ସୂଚନାଯୋଗ୍ୟ, ଦିଲ୍ଲୀ ହାଇକୋର୍ଟ ଫେବୃଆରୀରେ ଅଗ୍ନିପଥ ଯୋଜନାର ବୈଧତାକୁ ସ୍ଥିର ରଖିଥିଲେ । ଏହା ବିରୋଧରେ ସୁପ୍ରିମକୋର୍ଟରେ ୨ଟି ମାମଲା ଦାୟର ହୋଇଥିଲା । ଦିଲ୍ଲୀ ହାଇକୋର୍ଟ ନିଜ ଆଦେଶରେ କହିଥିଲେ ଯେ, ଅଗ୍ନିପଥ ଯୋଜନା ରାଷ୍ଟ୍ରୀୟ ହିତ ପାଇଁ ପ୍ରସ୍ତୁତ କରାଯାଇଥିଲା ଏବଂ ଏହାକୁ ସୁନିଶ୍ଚିତ କରିବା ପାଇଁ ସଶସ୍ତ୍ର ବଳ ଶ୍ରେଷ୍ଠ ଉପାୟ ପ୍ରସ୍ତୁତ ରଖିଛି ।