ବସ ଧକ୍କାରେ ୬ ଗୋରୁ ମୃତ

ରାଇକିଆ,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ରାଇକିଆ ପାଙ୍ଗାନାଜୁ ନିକଟରେ ଏକ ଯାତ୍ରୀବାହୀ ବସ ମାଡ଼ିଯିବା ଫଳରେ ୬ ଗୋରୁଙ୍କ ମୃତ୍ୟୁ ଘଟିଛି । ଗୋଟିଏ ଗୋରୁ ଗୁରୁତର ଆହତ ହୋଇଥିବାବେଳେ ପ୍ରାଣୀଧନ ଚିକିତ୍ସା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଚିକିତ୍ସା କରାଯାଉଛି । ଗୋରୁଙ୍କ ଉପରେ ଗାଡ଼ି ଚଳାଉଥିବା ଦୃଶ୍ୟ ସିସିଟିଭି ଫୁଟେଜରେ ସ୍ପଷ୍ଟ ଦେଖିବାକୁ ମିଳିଛି । ରାଇକିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଛି । ଅନ୍ୟପଟେ କ୍ଷତିପୂରଣ ଦାବୀରେ ରାଇକିଆ-ଜି ଉଦୟଗିରି ରାସ୍ତା ଅବରୋଧ ହୋଇଥିବା ଜଣାପଡ଼ିଛି ।