ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି । ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ସଦନର ସଂଯୁକ୍ତ ବୈଠକରେ ଅଭିଭାଷଣ ଦେଇଛନ୍ତି । ରାଷ୍ଟ୍ରପତି କହିଛନ୍ତି ଯେ, ଆମକୁ ଏମିତି ଭାରତ ନିର୍ମାଣ କରିବାର ଅଛି ଯେଉଁଠି ଜଣେ ବି ଗରିବ ରହିବେନି । ଆଜି ଭାରତର ଆତ୍ମବିଶ୍ୱାସ ଶୀର୍ଷରେ ରହିଛି ।
ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଆହୁରି କହିଛନ୍ତି ଯେ, ଆଜି ଭାରତ ହେଉଛି ବିଶ୍ୱର ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ମଧ୍ୟରୁ ଅନ୍ୟତମ । ଭାରତକୁ ଭ୍ରଷ୍ଟାଚାରରୁ ମୁକ୍ତି ମିଳିଛି । ବିଶ୍ୱର ସମସ୍ୟା ସମଧାନ କରିବାରେ ମଧ୍ୟ ଭାରତ ମାଧ୍ୟମ ହୋଇପାରିଛି । ଭାରତରେ ଏମିିତି ଡିଜିଟାଲ ନେଟୱର୍କ ପ୍ରସ୍ତୁତ ହୋଇଛି ଯାହାଠୁ ବିକଶିତ ଦେଶକୁ ପ୍ରେରଣା ମିଳିବ । ଆମେ ଦୁନିଆର ୧୦ ନମ୍ବର ଅର୍ଥ ବ୍ୟବସ୍ଥାରେ ୫ମ ସ୍ଥାନରେ ରହିଛି ।